ଖାଦ୍ୟ ଲୋଭରେ ଫସିଲା ହାତୀ : ୪ ଘଣ୍ଟା ପରେ ବନବିଭାଗ ପହଞ୍ଚି କଲା ଉଦ୍ଧାର

271

କନକ ବ୍ୟୁରୋ : ଲୋଭ ହେଲା କାଳ । ପଣସ ଖାଇବାକୁ ଆସି ଫସିଲା ଦନ୍ତା । ଅନୁଗୁଳ ଜଗନ୍ନାଥପୁର ଭୁର୍ତି ଗାଁରେ ପଣସ ଖାଇବାକୁ ଯାଉଥିବା ବେଳେ ଆମ୍ବ ବଗିଚାରେ ରହିଯାଇଥିଲା ହାତୀ । ଆମ୍ବ ଗଛରେ ହାତୀର ଗୋଡ ଫସି ଯାଇଥିଲା । ସକାଳୁ ସକାଳୁ ଲୋକେ ଅସହାୟ ଅବସ୍ଥାରେ ହାତୀଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ ହାତୀକୁ ସେଠାରୁ ଉଦ୍ଧାର କରିଥିଲେ । ହାତୀଟି ଗଛ ମଧ୍ୟରେ ଫସିଥିବାରୁ ଆହତ ହୋଇପଡିଥିବା ବେଳେ ଏବେ ହାତୀଟିର ଚିକତ୍ସା କରାଯାଉଛି ।