ହାତୀ ଆକ୍ରମଣ : ୨ ଭାଇଙ୍କ ମୃତ୍ୟୁ; ଗୁରୁତର ବାପା-ମା’ଙ୍କୁ ଝାରସୁଗୁଡା ହସ୍ପିଟାଲରେ ଭର୍ତ୍ତି

122

କନକ ବ୍ୟୁରୋ : ଗାଁରେ ଦନ୍ତା ଆତଙ୍କ । ଘରଦ୍ୱାର ଭାଙ୍ଗିବା ସହ ଗାଁରେ ଆତଙ୍କ ଖେଳାଇଛନ୍ତି ହାତୀ ପଲ । ସେହିଭଳି ଶୋଇଥିବା ବେଳେ ମାଆ କୋଳରୁ ଟାଣି ନେଇ ଦୁଇ ପିଲାଙ୍କୁ ଦଳିଦେଇଛି ହାତୀ । ଏହି ହୃଦୟ ବିଦାରକ ଦୃଶ୍ୟ ଝାରସୁଗୁଡା ବାଗଡିହି ରେଞ୍ଜ ଭଉଁରାରେ ଦେଖିବାକୁ ମିଳିଛି ।

ଗତକାଲି ରାତିରେ ବାପାମାଆ ପାଖରେ ପିଲାମାନେ ଶୋଇଥିବା ବେଳେ ଆକ୍ରମଣ କରିଥିଲା ହାତୀ । ଶୁଣ୍ଢରେ ଟାଣି ନେଇ ମାରିଦେଇଥିଲା । ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଯାଇଛି । ମୃତ ନାବାଳକମାନେ ହେଲେ ଧନଂଜୟ ସତନମୀ ଓ ଅଭୟ ସତନମୀ । ପିଲାଙ୍କୁ ରକ୍ଷା କରିବାକୁ ଯାଇ ଉଭୟ ବାପା ମାଆ ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଦୁଇ ଦିନ ତଳେ ଇଟା ଗଢିବାକୁ ଏହି ପରିବାର ଛତିଶଗଡରୁ ଝାରସୁଗୁଡା ଆସିଥିଲେ ।