ସଞ୍ଜୟ ରାଉତଙ୍କୁ ଇଡିର ସମନ। ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ।

380

କନକ ବ୍ୟୁରୋ : ସଞ୍ଜୟ ରାଉତଙ୍କୁ ଇଡିର ସମନ କରିଛି । ଜମିଦୁର୍ନୀତି ଅଭିଯୋଗରେ ଇଡି ସମନ କରିଥିବା ଜଣାପଡିଛି । ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ସଞ୍ଜୟ ରାଉତ ହାଜର ହେବା ନେଇ ସମନ କରାଯାଇଛି । ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ଭିତରେ ବର୍ତ୍ତମାନ ଶିବସେନାର ଏହି ବରିଷ୍ଠ ନେତାଙ୍କୁ ଇଡି ସମନ କରିବା ଚର୍ଚ୍ଚାକୁ ବଢାଇଦେଇଛି । ଗୋଟିଏ ପଟେ ସରକାରରେ ଅନିଶ୍ଚିତତା ଏପଟେ ଇଡିର ସମନ ରାଜନୈତିକ ପାଣିପାଗକୁ ପୁଣି ଗରମ କରିଛି ।