ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ । ଉଦ୍ଧବ ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ସିନ୍ଦେ ଗୋଷ୍ଠୀ, ସଂଖ୍ୟାଲଘୁରେ ପରିଣତ ହେଲା ଏମଭିଏ ସରକାର ।

349

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସଙ୍କଟରେ ଉଦ୍ଧବ ସରକାର । ବିଦ୍ରୋହୀ ସିନ୍ଦେ ଗୋଷ୍ଠୀ ଏମଭିଏରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ସଂଖ୍ୟାଲଘୁରେ ପରିଣତ ହୋଇଛି ଉଦ୍ଧବ ସରକାର । ସମର୍ଥନ ପ୍ରତ୍ୟାହାର ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ଦର୍ଶାଇଛନ୍ତି ସିନ୍ଦେ ଗୋଷ୍ଠୀ । ନିଜକୁ ପ୍ରକୃତ ଶିବସୈନିକ ବୋଲି କହିଲେ ସିନ୍ଦେଙ୍କ ଗୋଷ୍ଠୀ । ଗୌହାଟିରେ ମେଳି ବାନ୍ଧିଥିବା ସିନ୍ଦେ ଗୋଷ୍ଠୀରେ ଏବେ ୩୮ ଜଣ ବିଦ୍ରୋହୀ ଶିବସେନା ବିଧାୟକ ଥିବା କୁହାଯାଉଛି ।

ବିଦ୍ରୋହୀ ବିଧାୟକ ଉଦ୍ଧବ ସରକାରରୁ ସମର୍ଥନ ପ୍ରତ୍ୟାହାର ପରେ ଆଗକୁ ମହାରାଷ୍ଟ୍ର ରାଜନୀତିରେ କେଉଁ ନୂଆ ମୋଡ ଆସିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ବିଦ୍ରୋହୀ ବିଧାୟକଙ୍କ କ୍ଷେତ୍ରରେ ଦଳବଦଳ ନିୟମ ଲାଗୁ ହେବ ନାହିଁ । ଯେହେତୁ ଶିବସେନାର ଦୁଇ-ତୃତୀୟାଂଶ ବିଧାୟକ ଏବେ ବିଦ୍ରୋହୀ ଗୋଷ୍ଠୀରେ ରହିଛନ୍ତି ତେଣୁ ଏହି କ୍ଷେତ୍ରରେ ଦଳବଦଳ ନିୟମ ଲାଗୁ ହେବ ନାହିଁ । ତେବେ ଏହି ବିଦ୍ରୋହୀ ଗୋଷ୍ଠୀ ବିଜେପିକୁ ସମର୍ଥନ କରି ପୁଣିଥରେ ମହାରାଷ୍ଟ୍ରରେ ସରକାର ଗଠନ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି ।