ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଠିକଣାରେ ପୁଣି ଇଡିର ଚଢ଼ାଉ । ୬କୋଟି ୨ଲକ୍ଷ ଟଙ୍କାର ସମ୍ପତି ବ୍ୟାଜାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

535

କନକ ବ୍ୟୁରୋ : ଚାକିରି ପାଇଁ ଜମି ନେବା ଘଟଣାରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ୬ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି । ବିହାରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ, ରାବ୍ରୀ ଦେବି, ପୁଅ ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଏହି ମାମଲା ରହିଛି । ମାମଲାର ତଦନ୍ତ କରୁଥିବା ଇଡି ସୋମବାର ସେମାନଙ୍କର ୬ କୋଟି ଟଙ୍କାର ସମ୍ପତି ଜବତ କରିଛି । ୨୦୦୪-୨୦୦୯ ମସିହା, ଯେତେବେଳେ ଲାଲୁ ରେଳମନ୍ତ୍ରୀ ଥିଲେ ସେତେବେଳେ ଏହି ଦୁର୍ନୀତି ହୋଇଥିଲା । ରେଳ ବିଭାଗର ଗ୍ରୁପ-ଡି ଚାକିରିରେ ଦୁର୍ନୀତି ହୋଇଥିଲା । ରେଳ ବିଭାଗରେ ଚାକିରି ଦେଇ କିଛି ଲୋକଙ୍କ ଠାରୁ ମାଗଣାରେ ଜମି ନେଇଯାଇଥିଲେ ଲାଲୁଙ୍କ ପରିବାର । ଅଭିଯୋଗ ପରେ ୨୦୨୨, ମେ ୧୮ ତାରିଖରେ ଲାଲୁ, ତାଙ୍କ ପରିବାର ଲୋକଙ୍କ ସମେତ ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ସିବିଆଇ । ପରେ ଅର୍ଥ ହେରଫେର ମାମଲାର ତଦନ୍ତ କରୁଛି ଇଡି ।