ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା : ମହିଳାଙ୍କ ପାଇଁ ୧୫ଟି ଅଧ୍ୟକ୍ଷ ପଦ ସଂରକ୍ଷିତ

ଅନୁସୂଚିତ ଜାତିଙ୍କ ପାଇଁ ୫, ଅଣସଂରକ୍ଷିତ ୧୦

1,056

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ପ୍ରକାଶ ପାଇଲା ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା । ଅନୁସୂଚିତ ଜାତି , ଜନଜାତି ଓ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ପଂଚାୟତି ରାଜ ବିଭାଗ ପକ୍ଷରୁ ମୋଟ ୩୦ଟି ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ୧୫ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ୩ ଅଧକ୍ଷ ପଦ ମହିଳାଙ୍କୁ ମିଳିବ । ଅନୁସୂଚିତ ଜାତିଙ୍କ ପାଇଁ ୫ ଟି ସ୍ଥାନରେ ସଂରକ୍ଷିତ ରଖାଯାଇଛି । ୧୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି ।