ଜଳବାୟୁ ପରିବର୍ତ୍ତନର ପ୍ରଭାବ, ଗୁଗୁଲ ଡୁଡୁଲରେ ସେୟାର କଲା କିଛି ଚମକ୍ରାର ଫଟୋ

175

କନକ ବ୍ୟୁରୋ : ଆଜି ପୃଥିବୀ ଦିବସ । ଏହି ଅବସରରେ ଗୁଗୁଲ ତରଫରୁ ଏକ ପରିବେଶ ପରିବର୍ତ୍ତନ ନେଇ ଗୁଗୁଲ ଡୁଡଲରେ ଏକ କଳାକୃତି ପ୍ରଦର୍ଶନ କରାଯାଇଛି । ଏହି କଳାକୃତି ମାଧ୍ୟମରେ ଗୁଗୁଲ ତରଫରୁ ପରିବେଶ ସୁରକ୍ଷା ନେଇ ଏକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଏହାସହ ବିଭିନ୍ନ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦର୍ଶାଇବା ପାଇଁ ଏହି ଚିତ୍ର ମାଧ୍ୟମରେ ଗୁଗୁଏ ଆର୍ଥ ଟାଇମଲେପ୍ସ ଏବଂ ଅନ୍ୟାନ୍ୟ ଉତ୍ସରୁ ପ୍ରକୃତ ସମୟର ଚିତ୍ରଗୁଡିକୁ ପ୍ରଦର୍ଶନ କରିଛି । ଏଥିରେ ପ୍ରକୃତ ଅବସ୍ଥାନର ଫଟୋରୁ ସୃଷ୍ଟି ହୋଇଥିବା ବିଭିନ୍ନ ପ୍ରକାରର ଗିଫ୍ଟ ଇମେଜ ସାମିଲ କରିଛି ଗୁଗୁଲ । ଏହି ଫଟୋଗୁଡିକ ବିିଭିନ୍ନ ବର୍ଷର ବୋଲି କୁହାଯାଇଛି ।

ଆଜି ଗୁଗୁଲ ଡୁଡୁଲରେ ଥିବା ଫଟୋଗୁଡିକ ମଧ୍ୟରେ ରହିଛି ଆଫ୍ରିକାର ମାଉଣ୍ଟ କିଲିମଞ୍ଜାରୋ ଶିଖର ଉପରେ ଗ୍ଲାସିଅର ରିଟ୍ରିଟ, ଗ୍ରୀନଲ୍ୟାଣ୍ଡ ସେର୍ମସୁକ ଗ୍ଲାସିଅର ରିଟ୍ରିଟ, ଅଷ୍ଟ୍ରେଲିଆର ଗ୍ରେଟ ୱାରିଅର ଶିଫ୍ ଓ ଜର୍ମାନୀର ହାର୍ଜ ଫରେଷ୍ଟର ବାସ୍ତବିକ ଚିତ୍ର । ଏସବୁ ଗୁଡିକ ଜଳବାୟୁ ପରିବର୍ତ୍ତନ ଫଳରେ କିଭଳି ପରିବର୍ତ୍ତନ ହୋଇଛି ତାହାକୁ ଗୁଗୁଲ ଦେଖାଇବାକୁ ଚେଷ୍ଟା କରିଛି ।

 

ଗୁଗୁଲ ଆର୍ଥ ଟାଇମପ୍ଲେସ ଓ ଅନ୍ୟ ସୁତ୍ର ସହାୟତାରେ ପ୍ରକୃତ ଟାଇମ ପ୍ଲେସ ଫଟୋର ଉପଯୋଗ କରି ବିଭିନ୍ନ ସ୍ଥାନର ଫଟୋ ଉଠାଇଛି । ଏହି ଫଟୋଗୁଡିକରେ ଗୁଗୁଲ ଜଣାଇବାକୁ ଚାହିଁଛି ଯେ ସମୟ ପରିବର୍ତ୍ତନ ଓ ଜଳବାୟୁ ପରିବର୍ତ୍ତନ ସହ ଉକ୍ତ ସ୍ଥାନଗୁଡିକର କିଭଳି ପରିବର୍ତ୍ତନ ହୋଇଛି ।