ନକଲି ଏଡିଏମକୁ ଗିରଫ କଲା ଯାଜପୁର ଜଖପୁରା ପୁଲିସ

41

ଯାଜପୁର : ଧରାପଡିଲା ନକଲି ଏଡିଏମ । ଗିରଫ କଲା ଯାଜପୁର ଜଖପୁରା ପୁଲିସ । କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରୁ ଯାଂଚ କରିବାକୁ ଆସିଥିବା ବେଳେ ପୁଲିସ ହାତରେ ଧରାପଡିଛି ଏହି ଠକ । ତା ସହିତ ପିଏ ଭାବେ ଆସିଥିବା ଅନ୍ୟତମ ସହଯୋଗୀକୁ ମଧ୍ୟ ଗିରଫ କରିଛି ପୁଲିସ । ସେମାନଙ୍କ ନିକଟରୁ କେତେକ କାଗଜପତ୍ର ମଧ୍ୟ ପୁଲିସ ଜବତ କରିଛି ।

ଏହି ହାଇପ୍ରୋଫାଇଲ ଠକର ନା ଦେବାଶିଷ ଦାସ । ଘର ଜଗତସିଂହପୁର ଜିଲ୍ଲାରେ ଏବଂ ସେ ଭୁବନେଶ୍ୱର ପଳାଶୁଣି ଅଂଚଳରେ ରହୁଥିବା ପୁଲିସ ଜାଣିପାରିଛି । ଅଭିଯୁକ୍ତ ଦେବାଶିଷ ଜଣେ ବିଟେକ୍ ଛାତ୍ର ଏବଂ ତାଙ୍କ ସହଯୋଗୀ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।