ଦୀପାବଳି ପୂର୍ବରୁ ଉତ୍ସବମୁଖର ହେଲା ଦୁବାଇ ! ଦୁବାଇ ପୋଲିସ୍ ବଜାଇଲା ଭାରତୀୟ ଜାତୀୟ ସଙ୍ଗୀତର ଧୁନ୍ , ଭିଡିଓ ଭାଇରାଲ୍ ।

152

ଆଲୋକର ପର୍ବ ଦୀପାବଳିକୁ ନେଇ ସାରା ଦେଶରେ ଉତ୍ସବର ସ୍ଥିତି ରହିଛି । ବିଦେଶରେ ରହୁଥିବା ଭାରତୀୟ ଲୋକମାନେ ମଧ୍ୟ ଦୀପାବଳିକୁ ଉଲ୍ଲାସର ସହ ପାଳନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଦୀପାବଳି ପାଇଁ ବଡ ବଡ ଆୟୋଜନ କରାଯାଉଛି । ଦୁବାଇରେ ମଧ୍ୟ ଆଲୋକର ପର୍ବକୁ ପାଳନ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ୨୪ ଅକ୍ଟୋବରରେ ଦୀପାବଳି ସେଲିବ୍ରେସନ୍ ପାଇଁ ଏଠାରେ ଏକ ବଡ ଆୟୋଜନ କରାଯାଇଥିଲା । ଯେଉଁଥିରେ ଅନେକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଆୟୋଜନ ସ୍ଥଳକୁ ରଙ୍ଗବେରଙ୍ଗର ଫୁଲରେ ସଜାଇ ବାଣଫୁଟାଇ ପ୍ରି ଦୀପାବଳି ପାଳନ କରାଯାଇଥିଲା । ଏହି ଆୟୋଜନରେ ଭାରତୀୟଙ୍କ ହୃଦୟ କିଣିନେଇଛନ୍ତି ଦୁବାଇ ପୋଲିସ୍ ।

ଗଲ୍ଫ ନ୍ୟୁଜ୍ ରୁ ଜାରି କରାଯାଇଥିବା ଏକ ଭିଡିଓରେ ଦୁବାଇ ପୋଲିସ୍ ର ଏକ ବ୍ୟାଣ୍ଡ୍ ଦୀପାବଳି ସେଲିବ୍ରେସନ୍ ପାଇଁ ଭାରତୀୟ ଜାତୀୟ ସଂଗୀତ “ଜନ , ଗଣ , ମନ” ର ଧୁନ୍ ବଜାଇଥିଲେ । ଏହାପରେ ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଲୋକମାନେ ପୋଲିସକୁ କରତାଳି ମାରି ଅଭିନନ୍ଦନ ଜଣାଇଲେ । ଦୁବାଇରେ ଦୀପାବଳି ପାଇଁ କାର୍ଯ୍ୟକ୍ରମ ଦୁବାଇ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ଦୁତାବାସଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା । ବର୍ତ୍ତମାନ ଦୁବାଇ ପୋଲିସ୍ ଦ୍ୱାରା ରାଷ୍ଟ୍ରଗାନର ଧୁନ୍ ବଜାଉଥିବା ଏକ ଭିଡିଓ ଏବେ ଟ୍ୱିଟରରେ ସେୟାର୍ କରାଯାଉଛି ।