ଯାଆଁଳା ନିଶା ନିବାରଣ କେନ୍ଦ୍ରରେ ପୋଲିସର ତନାଘନା : ଅନ୍ତେବାସୀଙ୍କୁ ନିର୍ଯାତନା ନେଇ କର୍ମଚାରୀ ଓ ମାଲିକଙ୍କୁ ପଚରାଉଚରା

83

କନକ ବ୍ୟୁରୋ : ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା । ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ଉପରେ ହୋଇଥାଏ ଅକଥନୀୟ ଅତ୍ୟାଚାର । ଭିଡିଓ ସାମ୍ନାକୁ ଆସିବାର ଅନେକ ସମୟ ବିତି ସାରିଥିଲେ ବି ବର୍ତ୍ତମାନ ସୁଦ୍ଧା ପୋଲିସ କେନ୍ଦ୍ରରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ଭିଡିଓ ସାମ୍ନାକୁ ଆସିଥିଲା ।

ଭିଡିଓରେ କେନ୍ଦ୍ରରେ ଥିବା ଅନ୍ୟ ଅନ୍ତେବାସୀଙ୍କ ସମ୍ମୁଖରେ ଜଣେ ଅନ୍ତେବାସୀଙ୍କୁ କେନ୍ଦ୍ରର କର୍ମଚାରୀ ନିସ୍ତୁକ ମାଡ ମାରୁଥିବାର ଦେଖିବାକୁ ମିଳିଥିଲା । ମାଡ ଖାଉଥିବା ଅସହାୟ ଯୁବକ ଜଣକ ଭୁଲ ହୋଇ ଯାଇଛି କହି କାକୁତି ମିନତି ହୋଇଥିଲେ ବି ତାଙ୍କ ଗୁହାରି ନିଶାନିବାରଣ କେନ୍ଦ୍ରର କର୍ମଚାରୀଙ୍କ କାନକୁ ଶୁଭୁନାହିଁ । ଯୁବକଙ୍କ ଉପରେ ବସି ତାଙ୍କୁ ମାଡ ମାରି ଚାଲିଥିବା ଦେଖିବାକୁ ମିଳିଛି ଏହି ଭିଡିଓରେ । ଏଭଳି ଉଦବେଗଜନକ ଭିଡିଓ ସାମ୍ନାକୁ ଆସିବାର ଏତେ ସମୟ ବିତି ଯାଇଥିଲେ ବି ପୋଲିସ ଚୁପ୍ ରହିଛି ।