ମୁମ୍ବାଇ ବିମାନବନ୍ଦରରୁ ଜବତ ହେଲା ୪୦ କୋଟି ଟଙ୍କାର ଡ୍ରଗସ, ୨ ବିଦେଶୀ ନାଗରିକ ଗିରଫ

96

କନକ ବ୍ୟୁରୋ : ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ୱ ଗୁଇନ୍ଦା ବିଭାଗ ପକ୍ଷରୁ ୪୦ କୋଟି ଟଙ୍କାର ଡ୍ରଗସ ଜବତ କରାଯାଇଛି । ୮ କିଲୋ ହେରୋଇନ ଜବତ କରିବା ସହ ୨ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛି ରାଜସ୍ୱ ଗୁଇନ୍ଦା ବିଭାଗ । ଜବତ ହୋଇଥିବା ଡ୍ରଗସର ଅନ୍ତରାଷ୍ଟ୍ରୀୟ ମୂଲଞ ୪୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । କିଛି ସୂତ୍ର ସୂଚାନ ଆଧାରରେ ରାଜସ୍ୱ ଗୁଇନ୍ଦା ବିଭାଗ ଚଢାଉ କରି ଏହି ସଫଳତା ମିଳିଛି ।

ରାଜସ୍ୱ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା କି କିଛି ବିଦେଶୀ ନାଗରିକ କୋଟି କୋଟି ଟଙ୍କାର ଡ୍ରଗସ ଧରି ମୁମ୍ବାଇ ଆସୁଛନ୍ତି । ଏହି ବିଦେଶୀ ନାଗରିକମାନେ ମୁମ୍ବାଇ ବିମାନବନ୍ଦରରେ ଉହ୍ଲାଇବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ରାଜସ୍ୱ ଗୁଇନ୍ଦା ବିଭାଗ ସେମାନଙ୍କୁ ଧରିଥିଲା । ଏହାପରେ ସେମାନଙ୍କ ଲଗେଜ ଯାଂଚ କରି ସେମାନଙ୍କ ଠାରୁ ୮ କିଲୋ ହେରୋଇନ ଜବତ କରାଯାଇଥିଲା ।

 

ସୂଚନା ଥାଉକି ଏହା ପୂର୍ବରୁ ଚଳିତମାସ ୨୧ ତାରିଖରେ ମୁମ୍ବାଇ ବିମାନବନ୍ଦରରୁ ବଡ ଧରଣର ଡ୍ରଗ୍ସ ଜବତ ହୋଇଥିଲା । ନଭେମ୍ବର ୨୧ ତାରିଖରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରେ ଏକ ଆନ୍ତର୍ଜାତୀୟ ଡ୍ରଗସ ରାକେଟର ପର୍ଦ୍ଦାଫାସ କରିଥିଲା । ଏଥିରେ କୋଟି କୋଟି ଟଙ୍କାର କୋକେନ ଜବତ କରାଯିବା ସହ ୨ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଥିଲା ।