ଇତିହାସରେ ପ୍ରଥମ । ମୁହାଁମୁହିଁ ହେଲେ ସିଜିଆଇ-ଏସସିବିଏ ସଭାପତି

316

କନକ ବ୍ୟୁରୋ : ଭାରତ ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ପରୋକ୍ଷରେ ଧମକ ଦେଇଛନ୍ତି ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି(ଏସସିବିଏ) । ସୁପ୍ରିମକୋର୍ଟ ପରିସରରେ ଆଇନଜୀବୀ ପାଇଁ ଚାମ୍ବର ବ୍ଲକ ନିର୍ମାଣ ପାଇଁ ଜମି ଆବଣ୍ଟନ ମାମଲାର ଶୁଣାଣି ହେବାର ଥିଲା । କିନ୍ତୁ ଶୁଣାଣି ପାଇଁ ଏହି ଆବେଦନକୁ ତାଲିକାଭୁକ୍ତ କରିନଥିଲେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ଯାହାକୁ ବିରୋଧ କରି ମାମଲାକୁ ପ୍ରଧାନ ବିଚାରପତିଙ୍କ ବାସଭବନ ପାଖକୁ ନେବାକୁ କହିଥିଲେ ଏସସିବିଏ ସଭାପତି ତଥା ବରିଷ୍ଠ ଆଇନଜୀବୀ ବିକାଶ ସିଂହ । ଏକଥା ଶୁଣିବା ପରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ରାଗିଯିବା ସହ କହିଥିଲେ, ପ୍ରଧାନ ବିଚାରପତିଙ୍କୁ ଧମକ ଦିଅନାହିଁ  । ଏହା ପରେ କିଛି ସମୟ ପାଇଁ କୋର୍ଟ ପରିସର ଗମ୍ଭୀର ହୋଇଯାଇଥିଲା । ଶେଷରେ ବିକାଶ ସିଂହଙ୍କୁ ନିଜ କୋର୍ଟରୁ ବାହାରିଯିବାକୁ କହିଥିଲେ ପ୍ରଧାନ ବିଚାରପତି ।

ସିଜେଆଇ – ଏସସିବିଏ ସଭାପତିଙ୍କ ଯୁକ୍ତିତର୍କ
ଏସ୍ସିବିଏ ସଭାପତି : ୬ ଥର ହେଲାଣି ଏହି ଆଦେଦନ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇନାହିଁ
ସିଜେଆଇ  ଚନ୍ଦ୍ରଚୂଡ : ଏହି ମମାଲା ଶୁଣାଣି ସାଧାରଣ ବର୍ଗରେ କରାଯିବ
ଏସ୍ସିବିଏ ସଭାପତି : ମୁଁ ମାମଲାକୁ ଆପଣଙ୍କ ବାସଭବନ ପର୍ଯ୍ୟନ୍ତ ନେବି, ଏହି ପ୍ରସଙ୍ଗ ଆଗକୁ ଯିବ
ସିଜେଆଇ  ଚନ୍ଦ୍ରଚୂଡ : ସଙ୍ଗେ ସଙ୍ଗେ ଏହି କୋର୍ଟ ଛାଡି ଚାଲିଯାଅ, ତୁମେ ମୋତେ ଭୟଭୀତ କରି ନୁଆଁଇ ପାରିବନି
ଏସ୍ସିବିଏ ସଭାପତି: ମୁଁ ଏôଥିପାଇଁ ବାର ଆସୋସିଏସନ୍ ପାଖରେୂ ଉତ୍ତରଦାୟୀ ରହିବି
ସିଜେଆଇ  ଚନ୍ଦ୍ରଚୂଡ : ବିକାଶ ସିଂହ, ଆପଣକ ସ୍ୱର ଉଚ୍ଚା କରନାହିଁ । ବାର ସଭାପତି ଭାବେ ଆପଣ କଥାବର୍ତ୍ତାରେ ତଳକୁ ଖସିଯାଉଛନ୍ତି
ସିଜେଆଇ  ଚନ୍ଦ୍ରଚୂଡ : ଯେବେ ମାମଲାର ଶୁଣାଣି ହେବ ଆମେ ଦେଖିବୁ, ଦୟାକରି ଆପଣ ମୋତେ ଚାହୁଁନଥିବା କିଛି କରିବାକୁ ବାଧ୍ୟ କରନ୍ତୁନି
ଏସ୍ସିବିଏ ସଭାପତି : ଆମେ ଆବେଦନର ଶୁଣାଣି ପାଇଁ ଅନୁରୋଧ କରିଛୁ, କୋର୍ଟ ଖାରଜ କରିଦେଇପାରନ୍ତି
ସିଜେଆଇ  ଚନ୍ଦ୍ରଚୂଡ : ଆବେଦନ ଶୁଣାଣି ପାଇଁ ମାର୍ଚ୍ଚ ୧୭ ତାରିଖ ଧାର୍ଯ୍ୟ କରାଯାଇଛି କିନ୍ତୁ ଏହା ପ୍ରଥମ ମାମଲା ଭାବେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇପାରିବ ନାହିଁ
ସିଜେଆଇ  ଚନ୍ଦ୍ରଚୂଡ : ମୁଁ ୨୨ ବର୍ଷ ହେବ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛି
ସିଜେଆଇ  ଚନ୍ଦ୍ରଚୂଡ : ମୋତେ ଏଭଳି ବଳପୂର୍ବକ କେହି ଚାପ ପକାଇପାରି ନାହାଁନ୍ତି । ଏବଂ ଶେଷ ଦୁଇ ବର୍ଷରେ ମୁଁ ଏଭଳି ହେବାକୁ ଦେବିନାହିଁ । ତୁମେ ତୁମର ରାଜନୈତିକ ଏଜେଣ୍ଡା କୋର୍ଟ ବାହାରେ ଚଳାଇପାରିବ ।

ଏଭଳି ଯୁକ୍ତିତର୍କ ପରେ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଏବଂ ଏନ.କେ କୋଏଲ ପ୍ରଧାନବିଚାରପତିଙ୍କୁ କ୍ଷମା ମାଗିଥିଲେ । କିନ୍ତୁ ଦେଶର ମୁଖ୍ୟ ନ୍ୟାୟଧୀଶଙ୍କୁ ଆଇନଜୀବୀ ବିକାଶ ସିଂହଙ୍କ ଏଭଳି ବ୍ୟବାହରକୁ ନାପସନ୍ଦ କରାଯାଉଛି ।