ରଜରେ ହେଲା କଣ୍ଢେଇ ବାହାଘର : ଡିଜେ, ବରଯାତ୍ରୀଙ୍କ ନାଚ, ମନ୍ତ୍ରପାଠ ଓ ଭୋଜିଭାତ ସହ ଜମୁଛି ଆସର

355

କନକ ବ୍ୟୁରୋ : ରଜରେ ହେଲା କଣ୍ଢେଇ ବାହାଘର । ଦେବଗଡ଼ ଜିଲ୍ଲାରୁ ଆସିଛି ଏହି ଚିତ୍ର । ବାରକୋଟ ବ୍ଲକ ଗୋଳାବନ୍ଧ ପଞ୍ଚାୟତ ଠିଆନାଳ ଗ୍ରାମରେ କଣ୍ଢେଇ ବାହାଘର । ଗତ ୧୦ ବର୍ଷ ହେଲା ଏହିପରିର କଣ୍ଢେଇ ବାହାଘର ଆୟୋଜନ କରାଯାଇ ଆସୁଛି । ଡିଜେ ବି ବାଜେ, ବରଯାତ୍ରୀଙ୍କ ନାଚର ବି ଆସର ଜମେ । ଠିକ୍ ବିବାହ କାର୍ଯ୍ୟକ୍ରମ ଭଳି ସବୁ ବ୍ୟବସ୍ଥା ହୁଏ । ପୁରୋହିତ ବି ଆସନ୍ତି । ବରଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଭୋଜିଭାତର ବି ବ୍ୟବସ୍ଥା କରାଯାଏ । ଗାଁରେ ଶାନ୍ତି ଓ ଭାଇଚାରା ବଜାୟ ରଖିବାରେଁ ଏହି କାର୍ଯ୍ୟକ୍ରମ ସହାୟକ ହୋଇଆସୁଛି ।