ଗାଁଠୁ ସହର ଜମୁଛି ଦୋଳ ଉତ୍ସବ । ଚାନ୍ଦବାଲି ଘଣ୍ଟେଶ୍ୱରରେ କୁମ୍ଭ ଯାତ୍ରା ସହ ଚାଲିଛି ଲହୁଡି ଖେଳ ।

135

କନକ ବ୍ୟୁରୋ: ଦୋଳ ପୂର୍ଣ୍ଣିମା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଂଚଳରେ ଦୋଳ ପୂର୍ଣ୍ଣମୀକୁ କୂଳ ପର୍ବ ଭାବେ ଗୋପାଳମାନେ ଧୁମଧାମରେ ପାଳନ କରୁଛନ୍ତି । ଏହି ଅବସରରେ ଜାକଜମକରେ କୁମ୍ଭ ଶୋଭାଯାତ୍ରା ସାଙ୍ଗକୁ ଲହୁଡି ଖେଳ ଅନୁଷ୍ଠିତ ହୋଇଯାଇଛି ।
ନୂଆ କଳସକୁ ଆମ୍ବ ଡାଳରେ ସଜାଇ ତାଉପରେ ନୂଆ ବସ୍ତ୍ର ପକାଇ ଏକ ବାହୁଙ୍ଗିରେ କାନେ୍ଧଇ ଗାଁ ନିକଟକୁ ବାହାରିଥିଲା ଶୋଭାଯାତ୍ରା । ନଦୀରେ ବୁଡ ପକାଇବା ପରେ ସେହି ପୂର୍ଣ୍ଣ କଳସକୁ ଘରକୁ ଆଣି ପୂଜାପାଠ କରିବା ପରମ୍ପରା ରହିଛି । କୁମ୍ଭ ଶୋଭାଯାତ୍ରା ଅବସରରେ ଘଣ୍ଟେଶ୍ୱରରେ ଜମିଥିଲା ଆତସବାଜି ଓ ଲହୁଡି ଖେଳ । ଘରେ ପିଠା ପଣା କରିବା ସହ ବନ୍ଧୁବାନ୍ଧବଙ୍କୁ ଡାକି ପ୍ରୀତି ଭୋଜନ ଦେଇଛନ୍ତି ଗୋପାଳମାନେ ।