ଅନୁମତି ନଥିବା ଗାଡିରେ ଇଭିଏମ ନିଆଯାଉଥିବା ଘଟଣାକୁ ନେଇ ଟ୍ୱିଟ କଲେ ଅନୁଭବ ମହାନ୍ତି: ଏହି ଘଟଣାକୁ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ କଲେ ନିବେଦନ

2,655

କନକ ବ୍ୟୁରୋ: ଅନୁମତି ନଥିବା ଗାଡିରେ ଇଭିଏମ୍ ନିଆଯାଉଥିବା ଘଟଣାକୁ ନେଇ ଟ୍ୱିଟ୍ କରି ଚିନ୍ତା ପ୍ରକାଶ କରିଥିଲେ ଅଭିନେତା ତଥା ବିଜେପିରେ ନିକଟରେ ଯୋଗଦେଇଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍ କରି ଏଭଳି ଘଟଣା ଉପରେ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ ଅନୁଭବ । ବଡ କଥା ହେଲା ଯେଉଁ ବିଧାନସଭା ଆସନରେ ଏଭଳି ତ୍ରୁଟିର ଖବର ଆସିଥିଲା, ସେଠାରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଅନୁଭବଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ।