କାଲି ଖୋଲିବ ନେତାଙ୍କ ଭାଗ୍ୟ ,କିଏ ଜିତିବ କିଏ ହାରିବ!

177

କନକବ୍ୟୁରୋ:ନିର୍ବାଚନ ପରେ ଅପେକ୍ଷା ଏବେ ଫଳାଫଳକୁ । କିଏ ଜିତିବ ବାଜି ,ତାହାରି ଉପରେ ସମସ୍ତଙ୍କ ନଜର । ଜୁନ ୪ରେ ଆସିବ ଫଳାଫଳା । ଗଣତି ପୁବରୁ ରାଜନୈତିକ ଉଷ୍ଣତା ଦେଖାଗଲାଣି । ସବୁ ରାଜନୀତି ମାହୋଲରେ ଏବେ ଗଣତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ଏଗଜିଟ ପୋଲ ବି ପ୍ରକାଶ ପାଇଛି । ଏଗଜିଟ ପୋଲ ଅନୁସାରେ ବିଜେପି ବହୁମତ ହାସଲ କରିବା ନେଇ ବି ପ୍ରକାଶ ପାଇଛି । ଏବେ ଏହାରି ଭିତରେ ଅପେକ୍ଷା ଜୁନ ୪କୁ । ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷା ଫଳ । ଷ୍ଟ୍ରଙ୍ଗରୁମର କଡା ସୁରକ୍ଷା ବଳୟ ଭିତରେ ରହିଛି ଇଭିଏମ ଓ ଭିଭିପାଟ । ସିସିଟିଭିର ସର୍ଭିଲାନ୍ସ ଅଧିନରେ ରହିଛି ଷ୍ଟଙ୍ଗରୁମ ।ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା କରାଯିବ ଏହାପରେ ଇଲୋଟ୍ରୋନିକ ଭୋଟିଂ ମେସିନ ବା ଇଭିଏମରେ ହୋଇଥିବା ମତଦାନର କାଉଣ୍ଟି ହେବ ।୧୬୮ ବୁଥରେ ହେବ ଗଣତି । ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ ସିଏପିଏଫ ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍‌ ଦାୟିତ୍ୱରେ ରହିଛନ୍ତି ।ସେପଟେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ । ଜୁନ୍ ୬ ପର୍ଯ୍ୟାନ୍ତ ଓଡ଼ିଶାରେ ମୁତୟନ ରହିବେ ଅଧିକ ୭୦ କମ୍ପାନୀ ସିଏପିଏଫ । ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଂ ସେଣ୍ଟରରେ ୨୫ କମ୍ପାନୀ ମୁତୟନ ନେଇ ନିଷ୍ପତ୍ତି ହୋଇଥିଲା । ତେବେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳାକୁ ଦେଖି ଅଧିକ ସିଏପିଏଫ ମୁତୟନ ନିଷ୍ପତ୍ତି ନିଆଯାଇଛି ।