ଧର୍ମଶାଳା ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ସାହୁଙ୍କ ସମର୍ଥକଙ୍କ ପ୍ରତିବାଦ ପ୍ରସଙ୍ଗ । ୨୦ ସମର୍ଥକ ଗିରଫ, ଶହେରୁ ଅଧିକ ଲୋକଙ୍କ ନାଁରେ ମାମଲା ।

848

କନକ ବ୍ୟୁରୋ: ଇଭିଏମ୍ ବଦଳ ଅଭିଯୋଗ କରି ଧର୍ମଶାଳା ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକଙ୍କ ପ୍ରତିବାଦ ମାମଲାରେ ୨୦ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ୧ଶହରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ନିର୍ବାଚନକୁ ନୀରପେକ୍ଷ ଓ ଅବାଧ କରିବାକୁ ନିର୍ବାଚନ କମିଶନ ବାରମ୍ବାର ଅପିଲ କରିଥିବାବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ଜୁନ୍ ୧ ତାରିଖରେ ଭୋଟ ପ୍ରକ୍ରିୟା ଶେଷ ହେବା ପରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ସାହୁଙ୍କ ସମର୍ଥକମାନେ ଧର୍ମଶାଳା ବ୍ଲକ ଅଫିସ ସାମ୍ନାରେ ରୁଣ୍ଡ ହୋଇ ନାରାବାଜି କରିଥିଲେ । ଏବଂ ଇଭିଏମ୍ ଥିବା ଗାଡି ଗୁଡିକୁ ଆଣି ବ୍ଲକ ପରିସରରେ ଆଣି ଛାଡିଥିଲେ । ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।ରସୁଲପୁରଠାରେ ମଧ୍ୟ ହିମାଂଶୁଙ୍କ ସମର୍ଥକମାନେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିବା ସହ ଇଭିଏମ ଥିବା ଗାଡିକୁ ଅଟକାଇଥିଲେ । ଏହାସହ ତାଙ୍କ ସମର୍ଥକମାନେ ଢେଲାପଥର ମାଡ କରିଥିଲେ । ଏହାକୁ ନେଇ ମାମଲା ରୁଜୁ ହୋଇଥିବାବେଳେ ଆଜି ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।