କନକ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ବେଳେ କେମିତି ରହିବ ପାଗ ସେନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । ଠାରୁ ଉପକୂଳରେ ଉଷ୍ମ ଆଦ୍ର ସ୍ଥିତି ସହ ଗୁଳୁଗୁଳି ରହିପାରେ । ଆଭ୍ୟନ୍ତରୀଣ ଓଡ଼ିଶାର ୪ରୁ ୫ଟି ଜିଲ୍ଲାରେ ୪୨ ଡିଗ୍ରୀରୁ ଅଧିକ ତାପମାତ୍ରା ରହିବାର ସମ୍ଭାବନା ରହିଛି । ଏହା ସହ ଆଗାମୀ ୨୪ ଘଂଟା ପାଇଁ କଳାବୈଶାଖୀ ଫଳରେ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଘଂଟା ପ୍ରତି ୪୦ର ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଟୁଇନ ସିଟିରେ ସଂଧ୍ୟାରେ ପାଗରେ ପରିବର୍ତନ ହୋଇପାରେ । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୪ଦିନ ତାପମାତ୍ରା ବଢ଼ିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, ବରଗଡ଼ ଓ ନୂଆପଡ଼ାରେ ହିଟ୍ ୱେଭ୍ ସ୍ଥିତି ରହିପାରେ ।
ଗରମ ଓ ଗୁଳୁଗୁଳି ଭିତରେ ହେବ ଭୋଟ୍ ଗଣତି: ଆସନ୍ତାକାଲିଠୁ ୨ରୁ ୪ ଡିଗ୍ରୀ ବଢ଼ିପାରେ ତାପମାତ୍ରା
/kanak/media/post_attachments/wp-content/uploads/2024/06/itbdvhp8_evms_625x300_02_December_18.jpg)