ନିର୍ବାଚନ ଫଳାଫଳ ପରେ ପୋଲିସର ବିନା ଅନୁମତିରେ ହୋଇପାରିବନି ବିଜୟ ଶୋଭାଯାତ୍ରା: କନକ ନ୍ୟୁଜକୁ ପୋଲିସ ଡିଜିଙ୍କ ବଡ଼ ସୂଚନା

316

କନକ ବ୍ୟୁରୋ: ନିର୍ବାଚନ ପରିଚାଳନାକୁ ନେଇ ପୋଲିସ ଡିଜିଙ୍କ ପ୍ରତିକିୟା ରଖିଛନ୍ତି । ସମ୍ପୁର୍ଣ୍ଣ ନିର୍ବାଚନ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ହୋଇଥିବା ସେ କହିଛନ୍ତି । ଚଳିତ ଥର ମାଓ ଅଂଚଳରେ ବିନା ହିଂସାରେ ନିର୍ବାଚନ ସମ୍ପର୍ଣ୍ଣ ହୋଇଛି । ଗଣତି ବେଳେ ସୁରକ୍ଷା ବ୍ୟବସ୍ଥାରୁ ନେଇ ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରା ପୁଲିସ ଅନୁମତି ବିନା ହେବ ନାହିଁ । ଯେଉଁ ସବୁ ଜାଗାରେ କିଛି ହିଂସା କାଣ୍ଡ ଘଟିଛି ସେଗୁଡିକ ଉପରେ ପୁଲିସ କୁଇକ୍ ଆକ୍ସନ ନେଇଛି । ଏହା ସହିତ ପୁଲିସ ପକ୍ଷରୁ ତଦନ୍ତ ମଧ୍ୟ ଜାରି ରହିଛି । ନିର୍ବାଚନ ଆରମ୍ଭରୁ ଫଳାଫଳ ବାହାରିବା ପର୍ଯ୍ୟନ୍ତ ପୁରା ନିର୍ବାଚନ ସୁରୁଖୁରୁରେ ପରିଚାଳନା ପାଇଁ ଓଡ଼ିଶା ପୁଲିସ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଥିବା କହିଛନ୍ତି ପୁଲିସ ଡିଜି ।