ପୁଣି ଚର୍ଚ୍ଚାରେ ଡିଜେ ଆଜେକ୍ସ ମୃତ୍ୟୁ ଘଟଣା । ସାମ୍ନାକୁ ଆସିଲା ଲୋକପ୍ରିୟ ଡିଜେଙ୍କ ଶେଷ ଭିଡିଓ ।

390

କନକ ବ୍ୟୁରୋ: ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ଶେଷ ଭିଡିଓ । ମୃତ୍ୟୁର ଠିକ୍ ପୂର୍ବରୁ ଏହି ସବୁ ଭିଡିଓ କରିଥିଲେ ଡିଜେ ଆଜେକ୍ସ । ଭିଡିଓରେ ଦେଖିବାକୁ ମିଳିଛି, ଡିଜେ ଆଜେକ୍ସ କାନ୍ଦି କାନ୍ଦି କହୁଛନ୍ତି – ଆଉ ବଂଚି ପାରିବିନି, ମରିଜିବି । ଗତ ମାର୍ଚ୍ଚ ମାସରେ ଡିଜେ ଆଜେକ୍ସ ରହୁଥିବା ଘରୁ ତାଙ୍କ ମୃତଦେହ ଜବତ ହୋଇଥିଲା । ଡିଜେ ଆଜେକ୍ସ ବା ଅକ୍ଷୟ କୁମାର ମହାରଣା, ପ୍ରେମ-ପ୍ରତାରଣାକୁ ନେଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ । ଏହାକୁ ନେଇ ଅନେକ ବିବାଦ ମଧ୍ୟ ସେହି ସମୟରେ ଉଠିଥିଲା । ଲୋକପ୍ରିୟ ଡିଜେଙ୍କ ପରିବାର ଲୋକଙ୍କ ତରଫରୁ ଥାନାରେ ଏତଲା ମଧ୍ୟ ହୋଇଥିଲା । ବର୍ତମାନ ଏହି ମାମଲା କୋର୍ଟରେ ବିଚାରଧିନ ରହିଛି ।

ଏବେ ଡିଜେ ଆଜେକ୍ସଙ୍କ ଶେଷ ଭିଡିଓକୁ ନେଇ ତନାଘନା ଆରମ୍ଭ ହୋଇଯାଇଛି । ନିଜର ଏହି ଭିଡିଓରେ କାନ୍ଦି କାନ୍ଦି ଜଣଙ୍କର ନାଁ ନେଉଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ଏହି ଭିଡିକୁ ନେଇ ତଦନ୍ତ କରିଛି ନାହିଁ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।