ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁ ମାମଲାରେ ଭିନ୍ନ ମୋଡ । ବ୍ଲାକମେଲ କରି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତା ଯାଇଥିବା ପରିବାର ଲୋକଙ୍କ ଅଭିଯୋଗ ।

365

କନକ ବ୍ୟୁରୋ: ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁ ରହସ୍ୟର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ଶ୍ୱେତା କାହିଁକି ଆତ୍ମହତ୍ୟା କଲେ, ସେନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି ପରିବାର । କୁହାଯାଇଛି, ବ୍ଲାକମେଲ ଯୋଗୁଁ ଶ୍ୱେତା ଆତ୍ମହତ୍ୟା କରିଛନ୍ତି । ଶ୍ୱେତାଙ୍କୁ ଶାରିରୀକ, ମାନସିକ ଓ ଆର୍ଥିକ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଭଉଣୀଙ୍କ ମୃତ୍ୟୁ ପାଇଁ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ରଙ୍କୁ ଦାୟୀ କରିଛନ୍ତି ଶ୍ୱେତାଙ୍କ ଭାଇ । କହିଛନ୍ତି ବିବାହ ପାଇଁ ୩୦ଲକ୍ଷ ଟଙ୍କା ଦାବି କରିଥିଲେ, ସୌମ୍ୟଙ୍କ ପରିବାର । ଚାପ ସହି ନପାରି ଶ୍ୱେତା ଜୀବନ ହାରିଥିବା ସେ କହିଛନ୍ତିି ।

  • ଡାଏରୀରେ ମୃତ୍ୟୁ ରହସ୍ୟ
  • ସ୍କାନରରେ ବୟଫ୍ରେଣ୍ଡ

ଅନ୍ୟପଟେ ଶ୍ୱେତାଙ୍କ ଡାଏରୀରୁ ପୋଲିସକୁ ମିଳିଛି ବିସ୍ପୋରକ ତଥ୍ୟ । ମୃତ୍ୟୁ ପୂର୍ବରୁ ଶ୍ୱେତା ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ବାବଦରେ ଉଲ୍ଲେଖ କରିଛନ୍ତି । ସ୍ପଷ୍ଟ ଭାବରେ ଲେଖିଛନ୍ତି, ସେ ସୌମ୍ୟଜିତଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ । ଡାଏରୀର ଏକାଧିକ ଫର୍ଦରେ ରହିଛି ସୌମ୍ୟଜିତଙ୍କ ସହ ବିତାଇଥିବା ବହୁ ଅନ୍ତରଙ୍ଗ ମୂହୂର୍ତର କାହାଣୀ  । ଆଉ ଏହି ଡାଏରୀ ସାମନାକୁ ଆସିବା ପରେ ସୌମ୍ୟଜିତ ପୋଲିସ ସ୍କାନରକୁ ଆସି ଯାଇଛନ୍ତି ।

ପୂରା ଘଟଣାକୁ ନେଇ ଆଇପିସିର ୩୦୬ ଅର୍ଥାତ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଭଳି ଦଫା ଲଗାଇ ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏବେ ପ୍ରଶ୍ନ ଉଠୁଛି…

– ସୌମ୍ୟ କାହିଁକି ଶ୍ୱେତାଙ୍କୁ କରୁଥିଲେ ବ୍ଲାକମେଲ?

– ସୌମ୍ୟଙ୍କ ପାଖରେ କଣ ଏମିତି ଥିଲା ଯେଉଁଥିପାଇଁ ସେ ଶ୍ୱେତାଙ୍କୁ ବ୍ଲାକମେଲ କରୁଥିଲେ?

– ସୌମ୍ୟଜିତ ଏବେ କେଉଁଠି?