ଆପଣଙ୍କ ଶରୀରରେ ଦେଖାଦେଇଛି କି ରକ୍ତର ଅଭାବ ? ଗ୍ରହଣ କରନ୍ତୁ ଏହି ସବୁ ଖାଦ୍ୟ

38

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଖରାପ ଦିନଚର୍ଯ୍ୟା ଏବଂ ଖାଦ୍ୟପେୟରେ ପୋଷକ ତତ୍ତ୍ୱର ଅଭାବ କାରଣରୁ ବ୍ୟକ୍ତିଠାରେ ରକ୍ତାଭାବ ଦେଖାଯିବା ଅତ୍ୟନ୍ତ ସାଧାରଣ କଥା ହୋଇଗଲାଣି । ଏହି ରକ୍ତାଭାବର ସମସ୍ୟା ପାଇଁ ବ୍ୟକ୍ତିକୁ ଏମିନିଆ ଭଳି ସମସ୍ୟାଗୁଡ଼ିକୁ ସାମ୍ନା କରିବାକୁ ପଡ଼ିଥାଏ । ଯାହାଦ୍ୱାରାକି ରକ୍ତରେ ହିମୋଗ୍ଲୋବିନ୍‌ର ଅଭାବ ମଧ୍ୟ ପରିଲକ୍ଷିତ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଜିନିଷ ବିଷୟରେ ଜଣାଇବୁ, ଯାହାର ସେବନ କରି ଆପଣ ଆପଣଙ୍କ ଶରୀରରେ ବହୁତ ଶୀଘ୍ର ରକ୍ତର ମାତ୍ରାକୁ ବଢ଼ାଇ ପାରିବେ!

ସବୁଜ ପନିପରିବା : ପାଳଙ୍ଗ, ମେଥି, ମଟର, ପତ୍ରକୋବି ଏବଂ ଧନିଆ ଭଳି ପରିବାରେ ଭରପୁର ମାତ୍ରାରେ ଆଇରନ୍‌ ଏବଂ ଫୋଲିକ୍‌ ଏସିଡ୍‍ ରହିଥାଏ। ଏହା ଶରୀରର ରକ୍ତର ଅଭାବକୁ ପୂରଣ କରିଥାଏ।ଏହି କାରଣରୁ ଆପଣ ଆପଣଙ୍କ ଖାଦ୍ୟରେ ଏହାକୁ ନିଶ୍ଚୟ ସାମିଲ୍‌ କରନ୍ତୁ।

ଡାଳିମ୍ବ : ସାଧାରଣତଃ ଡାଳିମ୍ବରେ ଆଇରନ୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ପର୍ୟ୍ୟାପ୍ତ ପରିମାଣରେ ରହିଥାଏ। ଏହା ରକ୍ତର ଅଭାବକୁ ବହୁତ ଶୀଘ୍ର ପୂରଣ କରିଥାଏ।

ଖଜୁରୀ : ଖଜୁରୀରେ ଫାଇବର୍‌, ଆଣ୍ଟିଆକ୍ସିଡ଼େଣ୍ଟ୍‌, ଆଇରନ୍‌ ଏବଂ ଭିଟାମିନ୍‌-ଏ ମଧ୍ୟ ପର୍ୟ୍ୟାପ୍ତ ପରିମାଣରେ ରହିଥାଏ। ଏହା ଶରୀରରେ ରକ୍ତର ଅଭାବକୁ ପୂରଣ କରିବାରେ ବିଶେଷ ରୂପରେ ସହାୟକ ହୋଇଥାଏ। ତେଣୁ ଆପଣ ପ୍ରତ୍ୟକ ଦିନ କ୍ଷୀର ସହିତ ଖଜୁରୀକୁ ମିଶ୍ରଣ କରି ପିଅନ୍ତୁ।

ବିଟ୍‌ : ବିଟ୍‌ ଖାଇବା ରକ୍ତାଭାବକୁ ପୂରଣ କରିବାର ସବୁଠୁ ଭଲ ଉପାୟ । ଆପଣ ଆପଣଙ୍କର ପସନ୍ଦ ଅନୁଯାୟୀ ଯଥା ସାଲାଡ୍‍ରେ ବା ଏହାକୁ ଜୁସ୍‌ କରି ପିଇପାରନ୍ତି!

ଗୁଡ଼ : ରକ୍ତର ଅଭାବ ପାଇଁ ମଧ୍ୟ ଗୁଡ଼ ସେବନଟି ଅନ୍ୟ ଏକ ପ୍ରକାରର ବିକଳ୍ପ ଅଟେ। ଏଥିରେ ରହିଥିବା ଆଇରନ୍‌ ରକ୍ତର ଅଭାବକୁ ଅତିଶୀଘ୍ର ପୂରଣ କରିଥାଏ।