ବାପାଙ୍କ ମୃତ୍ୟୁ ଖବର ପାଇବି କଲମ ଛାଡିନଥିଲା ପୁଅ । ପରୀକ୍ଷା ପରେ ବାପାଙ୍କ ଅନ୍ତିମ ସଂସ୍କାର କଲେ ଦେବେନ୍ଦ୍ର

678

କନକ ବ୍ୟୁରୋ : ବାପାଙ୍କ ମୃତ୍ୟୁ ଖବର ପାଇବି କଲମ ଛାଡିନଥିଲା ପୁଅ । ପରୀକ୍ଷା ଦେବା ପରେ ବାପାଙ୍କର ମୁହଁରେ ମୁଖାଗ୍ନି ଦେଇଥିଲା ପୁଅ । ମଧ୍ୟପ୍ରଦେଶରୁ ଏହିପରି ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଯୁକ୍ତ ୨ରେ ପଢୁଥିବା ଛାତ୍ର ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଦେବାସ ନଗରରେ ରହୁଥିବା ଜଗଦିସ୍ ସୋଲଙ୍କୀଙ୍କ ଗତ ୧ତାରିଖ ଦିନ ଅଚାନକ ଦେହ ଖରାପ ହୋଇଥିଲା । ବାପାଙ୍କ ଦେହ ଅତିଶୟ ଖରାପ ହେବାରୁ ପୁଅ ଦେବେନ୍ଦ୍ର ବାପାଙ୍କୁ ନେଇ ହସ୍ପିଟାଲ ଚାଲିଯାଇଥିଲେ । ସେଠାରେ ହୃଦଘାତରେ ବାପାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର ପରେ ଦେବେନ୍ଦ୍ର ତାଙ୍କ ବାପାଙ୍କ ମର ଶରୀରକୁ ଧରି ଘରକୁ ଫେରିଥିଲେ । ରାତି ପାହିଲେ ଦେବେନ୍ଦ୍ରଙ୍କ ପରୀକ୍ଷା ଥିଲା । ଦେବେନ୍ଦ୍ର ରାତିଯାକ ପାଠ ପଢିଥିଲେ । ଗୋଟିଏ ପଟେ ବାପାଙ୍କ ମର ଶରୀର ଥିଲା ଆଉ ଗେଟେ ପଟେ ଦେବେନ୍ଦ୍ର ପରୀକ୍ଷା ପାଇଁ ପାଠ ପଢୁଥିଲେ । ଆର ଦିନ ସକାଳୁ ଦେବେନ୍ଦ୍ର ପରୀକ୍ଷା ଦେବାକୁ ନିସ୍ପତ୍ତି ନେଇଥିଲେ । ଆଉ ପରୀକ୍ଷା ଦେଇ ଆସିବା ପରେ ବାପାଙ୍କ ଅନ୍ତିମ ସଂସ୍କାର କରିଥିଲେ ।

ତେବେ ଏନେଇ ଦେବେନ୍ଦ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ମୁଁ ବହୁ କଷ୍ଟରେ ମୋ ମନକୁ ବିଝାଇ ପରୀକ୍ଷା ଦେବାକୁ ଯାଇଥିଲି । କାହିଁକିନା ବାପାଙ୍କର ସ୍ୱପ୍ନ ଥିଲା ପୁଅ ବଡ ହୋଇ ଗୋଟେ ଭଲ ସରକ୍ରରୀ ଚାକିରି କରେ । ତେଣୁ ମୁଁ ମୋ ବାପାଙ୍କ ସ୍ୱପ୍ନ ଭାଙ୍ଗିବାକୁ ଚାହୁଁନଥିଲି । ସବୁ ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢା ଆଗ ହେବା ଦରକାର

କହିରଖୁଛୁ କି, ଦେବେନ୍ଦ୍ର ପରୀକ୍ଷା କେନ୍ଦ୍ର ଅଧ୍ୟକ୍ଷଙ୍କୁ ବାପାଙ୍କ ମୃତ୍ୟୁ ବାବଦରେ ଅବଗତା କରାଇଥିଲେ । ପରୀକ୍ଷା ସରିବାର ୨ଘଣ୍ଟା ପରେ ଦେବେନ୍ଦ୍ରଙ୍କୁ ଅଧ୍ୟକ୍ଷ ଘରକୁ ଛାଡିଥିଲେ । ଅଧ୍ୟକ୍ଷଙ୍କ କହିବା ଅନୁସାରେ, ଦେବେନ୍ଦ୍ରଙ୍କ ବାପାଙ୍କ ମୃତ୍ୟୁ ଖବର ମୁଁ ଜାଣିଥିଲି କିନ୍ତୁ ମୁଁ ବି ନିୟମ କାନୁନରେ ବନ୍ଧା । ତେଣୁ ଦେବେନ୍ଦ୍ରଙ୍କୁ ଶୀଘ୍ର ଛାଡିପାରିଲି ନାହିଁ ।