ପ୍ରବାଦ ପୁରୁଷଙ୍କ ଭିନ୍ନ ପ୍ରତିମୂର୍ତ୍ତି : ୧୦ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ନିର୍ମାଣ କଲେ ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ

138

କନକ ବ୍ୟୁରୋ : ବିଜୁ ବାବୁଙ୍କ ସ୍କ୍ରାପ ପ୍ରତିମୂର୍ତ୍ତି । ମାର୍ଚ୍ଚ ୫ ରେ ଏହି ସ୍କ୍ରାପ ପ୍ରତିମୂର୍ତ୍ତିର ଲୋକାର୍ପଣ ହେବ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତିରେ ତାଙ୍କର ଏକ ୧୦ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ନିର୍ମାଣ କରୁଛନ୍ତି ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ । ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଏହାର ଲୋକାର୍ପଣ କରାଯିବାକୁ ଲକ୍ଷ୍ୟ ରହିଛି । ବର୍ଜ୍ୟ ଲୁହାରୁ ଏହି ମୂର୍ତ୍ତି ତିଆରି କରାଯାଇଛି । ଏଥିପାଇଁ ଦୁଇ କ୍ୱିଣ୍ଟାଲ ଓଜନର ବାଇକ ଚେନ୍, ଫ୍ୟାନ୍ ବେରିଂ ବ୍ୟବହାର କରାଯାଇଛି ।

ଆଇଟିଆଇର ୫ରୁ ୬ଜଣ ଅଭିଜ୍ଞ ଶିକ୍ଷକଙ୍କ ସହ ଫିଟର ଓ ପେଂଟିଂ ଟ୍ରେଡର ୫୦ଜଣ ଛାତ୍ରଛାତ୍ରୀ ସାମିଲ ହୋଇ ଏହି ମୂର୍ତ୍ତି ତିଆରି କରୁଛନ୍ତି । ଯାହାକି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି । କେବଳ ଅପେକ୍ଷା ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷଙ୍କ ଏହି ପ୍ରତିମୂର୍ତ୍ତି ଲୋକାର୍ପଣ ସମୟକୁ । ଏହା ପୂର୍ବରୁ ମଧ୍ୟ ହକି ବିଶ୍ୱ କପକୁ ସ୍ମରଣୀୟ କରିବାକୁ ବ୍ରହ୍ମପୁର ଆଇଟିଆଇ ଫିଲ୍ଡ ହକିର ବିଶାଳ ଲୋଗୋ ପ୍ରସ୍ତୁତ କରିଥିଲା । ଆଉ ଏହି ହକି ଷ୍ଟିକ୍ ଏସିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିଲା ।