ନିମାପଡା ହସ୍ପିଟାଲକୁ ନେଇ ଅସନ୍ତୋଷ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଛୁଟିରେ ଥିବା ୪ ଡାକ୍ତରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଦେଲେ ନିର୍ଦ୍ଦେଶ ।

1,041

କନକ ବ୍ୟୁରୋ: ନିମାପଡ଼ା ନିର୍ବାଚନ ମଣ୍ଡଳୀ ଗସ୍ତରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ପୁଣ୍ୟେଶ୍ୱରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଦଳୀୟ କର୍ମୀ ମାନଙ୍କ ସହ ସେ ଆଲୋଚନା କରିଛନ୍ତି । ପିପିଲି-ନିମାପଡ଼ା ୪ଲେନ୍ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ମାନଙ୍କ ସହ କଥା ହେବା ସହ ବର୍ଷା ଦିନ ପୂର୍ବରୁ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ଉପ ମୁଖ୍ୟମନ୍ତ୍ରୀ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ମେଡିକାଲରେ ରୋଗୀଙ୍କ ପାଇଁ ଆବଶ୍ୟକୀୟ ଡାକ୍ତର ନାହାଁନ୍ତି । ୫ ଜଣ ଡାକ୍ତର ଏଠାରେ ନିଯୁକ୍ତ ହୋଇଥିଲେ ବି ୪ଜଣ ଡାକ୍ତର ଛୁଟିରେ ଥିବାବେଳେ ମାତ୍ର ଜଣେ ଡାକ୍ତର ୧୦୦ରୁ ଅଧିକ ରୋଗୀଙ୍କୁଚ ଏକାକୀ ଚିକିତ୍ସା କରୁଛନ୍ତି । ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଛୁଟିରେ ଥିବା ୪ଜଣ ଡାକ୍ତରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।