ବିଗିଡିଲା ଆତିଶୀଙ୍କ ସ୍ୱାସ୍ଥ୍ୟ । ଆମରଣ ଅନଶନରେ ବସିଥିବା ଦିଲ୍ଲୀ ଜଳମନ୍ତ୍ରୀ ଆଇସିୟୁରେ ଭର୍ତ୍ତି ।

230

କନକ ବ୍ୟୁରୋ: ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଦିଲ୍ଲୀର ଜଳ ସମସ୍ୟାକୁ ନେଇ ଆତିଶୀ ହରିୟାଣା ସରକାରଙ୍କ ବିରୋଧରେ ଆମରଣ ଅନଶନରେ ବସିଥିବାବେଳେ ସୋମବାର ବିଳମ୍ବିତ ରାତିରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ତାଙ୍କ ସୁଗାର ଲେବଲ ହଠାତ୍ ୩୬କୁ ହ୍ରାସ ପାଇଥିଲା, ଯାହା ବାସ୍ତବରେ ଚିନ୍ତାଜନକ । ତେଣୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଏନେଇ ଆପ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।