ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ : ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଅଭିଯୋଗ

309

କନକ ବ୍ୟୁରୋ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ ବଢିଲା । ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଦିଲ୍ଲୀ ପୁଲିସରେ ମାମଲା ରୁଜୁ ହୋଇଛି । ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ସହ ଦୁର୍ବବ୍ୟହାର କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ବର୍ଷାଙ୍କ ସହ ତାଙ୍କ ଝିଆରୀ ଏବଂ ତାଙ୍କ ମା’ଙ୍କୁ ସମନ ହୋଇଥିବା କୁହାଯାଉଛି ।

ନିକଟରେ ଦିଲ୍ଲୀ ପୁଲିସର ଏକ ଟିମ୍ କଟକ ଆସି ବର୍ଷାଙ୍କୁ ଖୋଜାଖୋଜି କରିଥିଲା । ହେଲେ ପୁରୀଘାଟ ପୋଲିସ ସହଯୋଗ କରିନଥିବା ଜଣାପଡିଛି । ପରେ ବର୍ଷା ଓ ତାଙ୍କ ବଡ ଭଉଣୀ ଥାନାକୁ ଆସି ସମନ ଗ୍ରହଣ କରିଥିବା ଜଣାପଡିଛି । ବଡ କଥା ହେଉଛି ୨୦୧୯ ଜୁଲାଇ ୯ ତାରିଖର ଏହି ମାମଲା । କିନ୍ତୁ ୨୦୨୨ ଜୁଲାଇରେ ଏହି ମାମଲା ରୁଜୁ ହୋଇଛି । ବର୍ଷା ଏବଂ ସାଂସଦ ଅନୁଭବଙ୍କ ମଧ୍ୟରେ ଛାଡପତ୍ର ନେଇ କୋର୍ଟରେ ମାମଲା ଚାଲିଛି ।