ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ସାବଧାନ । ଅପମାନଜନକ ଟିପ୍ପଣୀ ମଧ୍ୟ ଏସସି, ଏସଟି ଧାରା ଆଧାରରେ ଏକ ଅପରାଧ ।

358

କନକ ବ୍ୟୁରୋ: ଯଦି ଆପଣ ସୋସିଆଲ ମିଡିଆରେ କିଛି ବି ପୋଷ୍ଟ କରୁଛନ୍ତି, ତାହାଲେ ସାବଧାନ ହୋଇଯାନ୍ତୁ । କାରଣ କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ଯଦି ସୋସିଆଲ ମିଡିଆରେ କିଛି ଅପମାନଜନକ ପୋଷ୍ଟ କରାଯାଉଛି ତେବେ ତାହାକୁ ଏସସି ଏସଟି ଧାରା ଅଧିନରେ ଏକ ଅପରାଧ ବୋଲି ବିବେଚନା କରାଯିବ । ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସେହି ଅନୁସାରେ ଦଣ୍ଡ ବିଧାନ କରାଯିବ ।

ସୂଚନା ମୁତାବକ, ଜଣେ ୟୁଟ୍ୟୁବର ଏକ ଭିଡିଓରେ ଜଣେ ଏସଟି ସମ୍ପ୍ରଦାୟର ଜଣେ ମହିଳାଙ୍କ ବିରୋଧରେ କଥିତ ରୂପରେ ଅପମାନଜନକ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ ତାଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା । ହେଲେ ଗିରଫ ହେବା ଭୟରେ ୟୁଟ୍ୟୁବର ଜଣକ କୋର୍ଟରେ ଆଗୁଆ ଜାମିନ ୍ଆବେଦନ କରିଥିଲେ । ହେଲେ କୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀ ୟୁଟ୍ୟୁବରଙ୍କ ଅବେଦନକୁ ଖାରଜ କରିଛନ୍ତି ଏବଂ କହିଛନ୍ତି ଯେ, ସୋସିଆଲ ମିଡିଆରେ କୌଣସି ଅପତ୍ତିଜନକ ଟିପ୍ପଣୀ , ଏସସି ଏସଟି ବିରୋଧୀ ଅପରାଧ ସହ ସମାନ । ତେଣୁ ସାକ୍ଷାତକାରରେ ବ୍ୟକ୍ତି ଉପସ୍ଥିତ ଥାନ୍ତୁ ବା ନଥାନ୍ତୁ ହେଲେ କେବଳ ଟିପ୍ପଣୀ ଦେଲେ ବି ତାଙ୍କୁ ଏସସି ଏସଟି ବିରୋଧୀ ଧାରା ଅନ୍ତର୍ଗତ ବିଚାର କରାଯାଇ ଦଣ୍ଡ ବିଧାନ କରାଯିବ ବେଲି ସ୍ପଷ୍ଟ କରିଛନ୍ତି କୋର୍ଟ ।