ସିଆଚିନରେ ପହଁଚି ଯବାନଙ୍କୁ ଭେଟିଲେ, ମନୋବଳ ବଢ଼ାଇଲେ ପ୍ରତିରକ୍ଷା ମନ୍ତ୍ରୀ: ଯବାନଙ୍କୁ ଖୁଆଇଲେ ମିଠା

30

କନକ ବ୍ୟୁରୋ: ପ୍ରତିଶ୍ରୁତି ରକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ । ହୋଲିରେ ପହଁଚି ପାରିନଥିଲେ କିନ୍ତୁ ପ୍ରତିଶ୍ରୁତି ରକ୍ଷା କରି ସିଆଚିନରେ ଆଜି ପହଁଚି ଯବାନଙ୍କୁ ଭେଟିଛନ୍ତି ରାଜନାଥ ସିଂ । ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର କୁହାଯାଉଥିବା ୨୦ହଜାର ଫିଟ ଉଚ୍ଚ ସିଆଚିନରେ ପହଁଚି ଯବାନଙ୍କୁ ମିଠାଖୁଆଇ, ମନୋବଳ ବୃଦ୍ଧି କରିବା ସହ ସୁରକ୍ଷା ସ୍ଥିତି ପରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

ସୋମବାର ସକାଳୁ ସକାଳୁ ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧ ଭୂମିରେ ପହଁଚିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଭାରତ ମାତା କି ଜୟରେ କମ୍ପିଛି ପୂରା ସିଆଚିନ । ହୋଲିରେ ସିଆଚିନ ଗସ୍ତ ରଦ୍ଦ ହେବା ପରେ ଲେହରେ ପହଁଚି ଜବାନଙ୍କ ସହ ହୋଲି ଉତ୍ସବ ପାଳିଥିଲେ ରାଜନାଥ । ଆଉ ଏବେ ପୂର୍ବ ପ୍ରତିଶ୍ରୁତିକୁ ରକ୍ଷା କରି ସିଆଚିନରେ ଆଜି ପହଁଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଯବାନଙ୍କୁ ଭେଟି ସୁରକ୍ଷା ସ୍ଥିତି ପରଖିବା ସହ ସେମାନଙ୍କୁ ମନୋବଳ ବୃଦ୍ଧି କରିଥିଲେ । ଏଥିସହ ଯବାନଙ୍କୁ ନିଜ ହାତରେ ମିଠା ଖୁଆଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ।

ଯବାନଙ୍କୁ ଭେଟି ତାଙ୍କ ମନୋବଳ ବୃଦ୍ଧି କରିଛନ୍ତି ରାଜନାଥ ସିଂ । ସମ୍ବୋଧନରେ ରାଜନାଥ କହିଛନ୍ତି ହୋଲିର ପ୍ରଥମ ରଙ୍ଗ, ଦୀପାବଳୀର ପ୍ରଥମ ଦୀପ ଯବାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବା ଉଚିତ । ଏଥିସହ ସେ କହିଛନ୍ତି ବୀର ଜବାନଙ୍କ ସମ୍ମାନ ଜଣାଇ ଦେଶର ସବୁ ଉତ୍ସବ ପ୍ରଥମେ ସିଆଚିନରେ, କାଗଗିଲ, ରାଜସ୍ଥାନର ଉତପ୍ତ ମରୁଭୂମିରେ. ଭାରତ ମହାସାଗର ଗଭୀର ଜଳରାଶିରେ ପାଳନ କରିବା ଉଚିତ ।

ସିଆଚିନରେ ଭାରତୀୟ ସେନାର ମୃତୟନକୁ ପୂରିଛି ୪୦ବର୍ଷ । ଅପରେସନ ମେଘଦୁତରେ ଭାରତୀୟ ସେନା ୧୯୪୦ ମସିହାରେ ସିଆଚିନ ଗ୍ଲାସିୟରରେ ନିଜର ସ୍ଥିତି ଜାହିର କରିଥିଲା । ଗତବର୍ଷ ପ୍ରଥମ ମହିଳା ଅଧୀକାରୀ ଭାବେ କ୍ୟାପଟେନ ଶିବା ଚୌହାନଙ୍କୁ ମୃତୟନ କରାଯାଇଛି । ୨୦ହଜାର ଫୁଟ ଉଚ୍ଚରେ ଥିବା ଏହି ଯୁଦ୍ଧ କ୍ଷେତ୍ରକୁ ଦୁନିଆର ସବୁଠୁ ଉଚ୍ଚ ଓ ସମ୍ବେଦନଶୀଳ ଯୁଦ୍ଧ ଭୂମି ବୋଲି କୁହାଯାଏ ।