ଲଜରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁ ପରେ ମହିଳାଙ୍କ ସ୍ୱାମୀ ଫେରାର, ହତ୍ୟା ନେଇ ବଢ଼ିଲା ସନ୍ଦେହ ।

565

କନକ ବ୍ୟୁରୋ: ବ୍ରହ୍ମପୁର କୋଇଲୁଣ୍ଡି ରାସ୍ତାରେ ଥିବା ଏକ ହୋଟେଲ ରୁମରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ଅବଦୁଲ ପରିପାଲିପ, ସେ କେରଳର ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତ ୧୯ତାରିଖରୁ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସହ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ବେଳେ ଏହି ଲଜରେ ରହିଥିଲେ । ତେବେ ଆଜି ସକାଳୁ ହୋଟେଲ ରୁମରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ଘଟଣା ସ୍ଥଳରୁ ଫେରାର ଅଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ତେବେ କେମିତି କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହୋଇଛି ନାଁ ତାଙ୍କୁ ହତ୍ୟା କରାଯାଇଛି ସେନେଇ ସନ୍ଦେହ ବଢିଛି । ଏନେଇ ହୋଟେଲ କତୃପକ୍ଷ ପୋଲିସକୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପହଁଛି ତଦନ୍ତ କରୁଛି ପୋଲିସ ।