ଅଫିସର ଶୁଣୁନାହାନ୍ତି ବିଧାୟକଙ୍କ କଥା। ରାଗିଲେ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ। ସ୍କୁଲକୁ ଯାଇ ଦେଖିଲେ ଛାତ୍ର ଉପସ୍ଥାନ ଓ ମଧ୍ୟାଭୋଜନ ସ୍ଥିତି

ଆସିଲେନି ପ୍ରଧାନଶିକ୍ଷୟିତ୍ରୀ; ୩ ଶିକ୍ଷକ ସସପେଣ୍ଡ

485

କନକ ବ୍ୟୁରୋ: ତାତିଲେ ଡ଼ାବୁଗାଁ ବିଧାୟକ ମନୋହର ରାନ୍ଧାରି । ହଠାତ୍ ସ୍କୁଲ ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କୁ ସବୁ ସରକାରୀ ସୁବିଧା ମିଳୁଛି କି ନାହିଁ ପଚାରି ବୁଝିଛନ୍ତି ବିଧାୟକ । ପାପଡ଼ାହାଣ୍ଡି ବ୍ଲକ ମାନିଗାଁ ଆଶ୍ରମ ବିଦ୍ୟାଳୟରେ ପହଂଚି ସ୍କୁଲ ପିଲାଙ୍କ ଉପସ୍ଥାନ ନେଇ ପଚାରି ବୁଝିଥିଲେ ମନୋହର ରାନ୍ଧାରି । ଏହା ସହ ସ୍କୁଲରେ କିପରି ମଧ୍ୟାନ୍ନ ଭୋଜନ ଦିଆଯାଉଛି ସେ ନେଇ ଅନୁଧ୍ୟାନ କରିଥିଲେ ବିଧାୟକ । ତେବେ ସ୍କୁଲରେ ୨୬୮ ଜଣ ପିଲା ଥିବା ବେଳେ ୫୮ ଜଣ ପିଲା ଉପସ୍ଥିତ ଥିଲେ । ସେହି ୫୮ ଜଣ ପିଲାଙ୍କ ମଧ୍ୟ ସ୍କୁଲରେ ହୋଇଥିବା ମଧ୍ୟାନ୍ନ ଭୋଜନ ଅଂଟିନଥିଲା । ଫଳରେ ସେ ୨୮ ଜଣ ପିଲାଙ୍କୁ ବିସ୍କୁଟ କିଣି ଖାଇବାକୁ ଦେଇଥିଲେ । ଏହା ସହ ସ୍କୁଲରେ ପ୍ରଧାନଶିକ୍ଷୟତ୍ରୀ ଅନୁପସ୍ଥିତ ଥିବା ବେଳେ ତାଙ୍କୁ ଫୋନ୍ କରି ଆସିବାକୁ କହିଥିଲେ ମଧ୍ୟ ସେ ଆସିନଥିଲେ ।

ଏହାର କିଛି ଦିନ ପୂର୍ବରୁ ବିଧାୟକ ଧନସୁଲି ଆଶ୍ରମ ସ୍କୁଲକୁ ଯାଇ ସ୍କୁଲର ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ ମଧ୍ୟ ୬୬ ଜଣ ଛାତ୍ର ଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନ ମିଳିନଥିଲା । ସ୍କୁଲର ଏଭଳି ଅବ୍ୟବସ୍ଥା ପାଇଁ କିଏ ଦାୟି ବୋଲି ପ୍ରଶ୍ନ କରିଥିଲେ ବିଧାୟକ । ଏହା ପରେ ସେ ପାପଡ଼ାହାଣ୍ଡି ବିଡ଼ିଓ ଓ ଅନ୍ୟ ଅଧିକାରୀଙ୍କୁ ସ୍କୁଲକୁ ଡ଼କାଇ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଘଟଣା ପରେ ରାତାରାତି ଏହି ଦୁଇଟି ଆଶ୍ରମ ସ୍କୁଲର ୩ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । ଏହା ଛଡ଼ା ବିଧାୟକ ଜିଲ୍ଲା ପରିଷଦ ବୈଠକରେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲା ସ୍ତରୀୟ ଅଧିକାରୀ , ଜିଲ୍ଲାପାଳ ଓ ବିଧାୟକଙ୍କ ଉପସ୍ଥିତିରେ ଅଫିସର ମାନେ ତାଙ୍କ କଥା ଶୁଣୁନଥିବା କହିଛନ୍ତି ମନୋହର ରାନ୍ଧାରି ।