ଯାତ୍ରା ଦେଖା ପାଲିଟିଲା ଶେଷଯାତ୍ରା : ସୋରରେ ଯାତ୍ରା ଦେଖି ଫେରୁଥିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ, ୨ ସାଙ୍ଗ ମୃତ

686

କନକ ବ୍ୟୁରୋ : ଯାତ୍ରା ଦେଖା ପାଲିଟିଗଲା ମହାଯାତ୍ରା । ରାତିରେ ଯାତ୍ରା ଦେଖି ବାଇକରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗଲା ୨ ସାଙ୍ଗଙ୍କ ଜୀବନ । ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଘଟଣା ସ୍ଥଳରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋର ସିମୁଳିଆ ଥାନା ଅନ୍ତର୍ଗତ ମର୍କୋଣା ଅଂଚଳରେ ।

ମୃତ ଦୁଇ ଜଣ ଯୁବକ ହେଲେ ମାର୍କୋଣା ଗାଁର ଶନି ବିଶ୍ୱକର୍ମା ଏବଂ ଜଗନ୍ନାଥ ସିଂ । ମୃତ ଦୁଇ ଯୁବକ ସିମୁଳିଆ କଲେଜର ଯୁକ୍ତ ଦୁଇର ଛାତ୍ର । ଉଭୟ ଦୁଇ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।