ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’  । ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହୋଇ ୨୪ ଘଣ୍ଟା ମଧ୍ୟରେ ହେବ ଶକ୍ତିଶାଳୀ । ମୁମ୍ବାଇଠାରୁ ୮୭୦ କିଲୋମିଟର ଦୂରରେ ବାତ୍ୟା

274

କନକ ବ୍ୟୁରୋ: ବଳ ଗୋଟାଉଛି ବାତ୍ୟା ।  ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହେଉଛି ବାତ୍ୟା ‘ବିପର୍ଯ୍ୟୟ’ । ଗୋଆଠାରୁ ୮୪୦ ଏବଂ ମୁମ୍ବାଇ ଠାରୁ ୮୭୦କିମି ଦୂରରେ ଅଛି ବାତ୍ୟା । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ସମ୍ଭାବନା । ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଉତ୍ତର ଏବଂ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଗୋଆ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଏହାର ପ୍ରଭାବ ପଡିବା  ଆଶଙ୍କା ରହିଛି । ସମୁଦ୍ରକୁ ନଯିବା ଲାଗି ମତ୍ସ୍୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।