ବାତ୍ୟା ପ୍ରଭାବ : ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା; ଅସାନି ପାଇଁ ୪ ଜିଲ୍ଲାର ୧୫ ବ୍ଲକକୁ ସର୍ତକ ସୂଚନା

1,365

କନକ ବ୍ୟୁରୋ : ବାତ୍ୟା ସ୍ଥଳଭାଗ ନଛୁଇଁଲେ ବି ଅତି ନିକଟରେ ଗତି କରିବାକୁ ଥିବାରୁ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି । ଏହାକୁ ନଜରରେ ରଖି ୪ଜିଲ୍ଳାକୁ ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ବିଶେଷକରି ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଳାର ୧୫ବ୍ଲକକୁ ସତର୍କ ସୂଚନା ଜାରି କରାଯାଇଛି ।

ଗଞ୍ଜାମ ଜିଲ୍ଳାର, ରଙ୍ଗେଇଲୁଣ୍ଡା,ଚିକିଟି, ଛତ୍ରପୁର । ପୁରୀ ଜିଲ୍ଳାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର, ଅସ୍ତରଙ୍ଗ । ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା, କୁଜଙ୍ଗ ଓ କେନ୍ଦ୍ରାପଡାର ମହାକାଳପଡା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳର ମାଟି ଘର ଓ କୁଡିଆ ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଏସଆରସି ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।