୧୦ ମାସରେ ଭୁବନେଶ୍ୱରରୁ ୬ କୋଟି ଟଙ୍କା ଲୁଟିଛନ୍ତି ସାଇବର୍ ଠକ । ପଞ୍ଜାବ, ରାଜସ୍ଥାନ, ବାଙ୍ଗାଲୋରରୁ ଆସୁଛି ଅଧିକ ଫେକ୍ କଲ୍

138

କନକ ବ୍ୟୁରୋ: ଭୁବନେଶ୍ୱରରେ ଗୋଟିଏ ପରେ ଗୋଟିଏ ସାଇବର ଠକେଇ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏନେଇ ତଥ୍ୟ ଦେଇଛି କମିଶନରରେଟ୍ ପୋଲିସ୍ । ଚଳିତବର୍ଷ ଫେବ୍ରୁଆରୀ ୧ରୁ ଡିସେମ୍ବର ୧୬ ଭିତରେ ସାଇବର ଠକ, ୬ କୋଟି ୭୯ ଲକ୍ଷ ୮୫ ହଜାର ଟଙ୍କା ଲୁଟିନେଇଛନ୍ତି । ତେବେ ଏହା ଭିତରୁ ହେଲ୍ପଲାଇନ ନମ୍ବରକୁ କଲ୍ କରି ୧ କୋଟି ୪୮ ହଜାର ୧୧ ହଜାର ଟଙ୍କା ଫେରିପାଇଛନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତି ।

ଭୁବନେଶ୍ୱର ସାଇବଲ ସେଲରେ ମୋଟ୍ ୬୭ଟି କେସ୍ ରୁଜୁ ହୋଇଛି ଏବଂ ୧୩ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗୃହ ବିଭାଗର ସାଇବର ସେଲକୁ ସମସ୍ତ ଠକ କଲ ର ନମ୍ବର ପଠାଇଛି କମିଶନରେଟ ପୋଲିସ୍ । ଟୋଲ ଫ୍ରି ନମ୍ବରରେ ଅଭିଯୋଗ ପାଇଁ କେବଳ ଭୁବନେଶ୍ୱରରୁ ଆସିଛି ୨ ହଜାର ୮ଶହରୁ ଅଧିକ କଲ୍ । ଭୁବନେଶ୍ୱର ବାହାରୁ ଆସିଛି ସାଢ଼େ ୩ ହଜାର କଲ । ଗୁଗଲ ମ୍ୟାପରୁ ସାଇବର ଠକଙ୍କ ଲୋକେସନ ଟ୍ରାକ କରୁଛି କମିଶନରେଟ ପୋଲିସ୍ ।

ସେହିପରି ଭୁବନେଶ୍ୱରରେ ଜମତାରା ଗ୍ୟାଙ୍ଗ ସକ୍ରିୟ ଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ପଞ୍ଜାବ, ରାଜସ୍ଥାନ, ବେଙ୍ଗାଲୁରୁ ଓ ଗୁଡ଼ଗାଓଁରୁ ବି ଆସିଛି ଅଧିକାଂଶ ଫ୍ରଡ କଲ୍ । ‘ଏନି ଡେସ୍କ ଆପ୍ଲିକେସନ’କୁ ଡାଉନଲୋଡ ନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି ।