ବିଜେପିର ପୁରୁଣା ଖାତାରୁ ଏଥର ଆସିବନି ଭୋଟ୍ ! ଧାରା ୩୭୦, ରାମ ମନ୍ଦିର ପ୍ରସଙ୍ଗରେ ଆଉ ନାହିଁ ଭୋଟ୍ !

1,338

କନକ ବ୍ୟୁରୋ : ଦେଶର ସାଧାରଣ ନିର୍ବାଚନକୁ ପାଖାପାଖି ୪୦୦ ଦିନ ବାକି ଅଛି । ମୋଦୀ-ଶାହ ଯୋଡି ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ ଜିତି ମୋଦୀ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ହ୍ୟାଟ୍ରିକ ମାରି ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛି । ଯାହାର ପ୍ରଥମ ପରୀକ୍ଷା ହେବ ହିନ୍ଦୀ ହାର୍ଟ ଲ୍ୟାଣ୍ଡ ନିର୍ବାଚନ ଏବଂ ଆଗକୁ ହେବାକୁ ଥିବା ଜମ୍ମୁ କଶ୍ନୀର ନିର୍ବାଚନ । କିନ୍ତୁ ୨୦୨୪ ନିର୍ବାଚନରେ ବିଜେପି ଜିତିବା ଏତେଟା ସହଜ ହେବ ନାହିଁ । କାରଣ ତାଜା ସର୍ଭେ କହୁଛି ବିଜେପି ଯେଉଁ ସବୁ ପ୍ରସଙ୍ଗକୁ ଆଧାର କରି ଭୋଟ୍ ହାତଉଥିଲା ତାକୁ ଏବେ ଲୋକେ ଏତେଟା ଗ୍ରହଣ କରୁନାହାନ୍ତି ।

ରାମ ମନ୍ଦିରକୁ ପ୍ରସଙ୍ଗ କରି ବିଜେପି କ୍ଷମତାକୁ ଆସିଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ମୋଦୀ ସରକାର ଦ୍ୱିତୀୟ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମନ୍ଦିର ନିର୍ମାଣ କାମ ଶେଷ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ସମେତ ଅନେକ ବଡ ବଡ ନେତା ମଧ୍ୟ ଏହାକୁ ବଡ ଉପଲବ୍ଧି କହି ସାରା ଦେଶରେ ପ୍ରଚାର କରୁଛନ୍ତି । କିନ୍ତୁ ଜନତା ଜନାର୍ଦ୍ଦନ ଏ ବାବଦରେ ଆଉ କିଛି ଚିନ୍ତା କରୁଥିବା ତାଜା ସର୍ଭେ ରିପୋର୍ଟରୁ ଜଣାପଡିଛି । ସର୍ଭେ ଅନୁସାରେ ୧୨ ପ୍ରତିଶତ ଲୋକ ମାନୁଛନ୍ତି ଏନଡିଏ ସରକାରର ଏହା ବଡ ଉପଲବ୍ଧି । ଅର୍ଥାତ ୮୮ ପ୍ରତିଶତ ଲୋକ ଏହାକୁ ଗ୍ରହଣ କରୁନାହାନ୍ତି । ସେହିପରି ଧାରା ୩୭୦ ଉଚ୍ଛେଦ କରିଛନ୍ତି ମୋଦୀ ସରକାର । ଅଗଷ୍ଟ ୫, ୨୦୧୯ରେ ମୋଦୀ ସରକାର ଧାରା ୩୭୦ ଉଚ୍ଛେଦ କରି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଜମ୍ମୁ କଶ୍ମୀର ଏବେ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହୋଇଛି । ଆଗକୁ ନିର୍ବାଚନ ହେବାକୁ ଯାଉଛି । ହେଲେ ଏହି ଏଜେଣ୍ଡାକୁ ୧୪ ପ୍ରତିଶତ ଲୋକ ବଡ ଉପଲବ୍ଧି ବୋଲି କହୁଛନ୍ତି ।

ସି-ଭୋଟର ଇଣ୍ଡିଆ ଟୁଡେର ତାଜା ସର୍ଭେ କହୁଛି । ଏବେ ଯଦି ନିର୍ବାଚନ ହେବ ତାହେଲେ ଏନଡିଏ ୨୯୮ଟି ଆସନରେ ଜିତିପାରେ । କିନ୍ତୁ ଗୁରୁତ୍ୱପୂଣ୍ଣ ର୍ କଥା ହେଲା ୨୦୧୯ରେ ବିଜେପି ୩୫୩ଟି ଆସନରେ ଜିତିଥିଲା । ଜାନୁଆରୀ ୨୦୨୩ରେ ସର୍ଭେରେ ଯଦି ବିଜେପିକୁ ୫୫ଟି ଆସନ ଘାଟା ହେଲାଣି ତାହାଲେ ଆଗକୁ କେତେ ତାକୁ ନେଇ ଏବେ କେନ୍ଦ୍ରର ଶାସକ ଦଳ ଚିନ୍ତିତ ଥିବା କୁହାଯାଉଛି ।