ବଡ଼ଦିନରେ ବିଭିନ୍ନ ଚର୍ଚ୍ଚ ଗୁଡିକରେ ଲାଗିଛି ଭିଡ: ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସୁଛି ଫୁଲବାଣୀ କ୍ୟାଥଲିକ ଚର୍ଚ୍ଚ

47

କନକ ବ୍ୟୁରୋ: ବଡ଼ ଦିନ ପାଇଁ ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଗୁଡିକରେ ଭିଡ । ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ ମାଳାରେ ଝଲସୁଛି ଚର୍ଚ୍ଚ ଗୁଡିକ । ଫୁଲବାଣୀରେ ମଧ୍ୟ ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ବେଶ ଧୁମଧାମରେ ପାଳିତ ହୋଇଛି । ପ୍ରଭୁଙ୍କ ଧରାବତରଣ ପରେ ସବୁଠି ଉତ୍ସବର ମାହୋଲ । ସାନ୍ତାକ୍ଲସ ବେଶରେ ବହୁ ଲୋକଙ୍କୁ ଦେଖିବାକୁ ମିଳିଥିଲା । ଏହି ଅବସରରେ ସମସ୍ତଙ୍କୁ ବଡ଼ ଦିନର କେକ୍ ସହିତ ବିଭିନ୍ନ ଗିଫ୍ଟ ସବୁ ଦିଆଯାଇଛି । ବଡ଼ ଦିନ କିଭଳି ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ଜିଲ୍ଲାର ଚର୍ଚ୍ଚ ଗୁଡିକରେ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା କର୍ମୀ ମୁତୟନ କରାଯାଇଛି ।