ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ଲୋକଙ୍କୁ ପାଉନାହାନ୍ତି ପରିବାର ଲୋକ । ମୃତଦେହ ନେବାକୁ ଏମ୍ସରେ ଭିଡ. ଡିଏନଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା

132

କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ପରେ ନିଜ ଲୋକଙ୍କୁ ଖୋଜି ପାଉନାହାନ୍ତି ପରିବାର ଲୋକ । ଏବେ ବି ଅନେକଙ୍କ ଖବର ମିଳୁନି । ସେ ମୃତ କି ଜୀବତ ଏଯାଏଁ ସ୍ପଷ୍ଟ ହୋଇପାରୁନାହାନ୍ତି । ଏଥିପାଇଁ ଏକମାତ୍ର ଭରସା ହେଉଛି ଡିଏନ୍ଏ ଟେଷ୍ଟ । ସମ୍ପର୍କୀୟ ଡିଏନ୍ଏ ଟେଷ୍ଟ ହୋଇ ରିପୋର୍ଟ ଆସି ମ୍ୟାଚିଂ ପରେ ଚିହ୍ନଟ ହେବ ଏମ୍ସରେ ଥିବା ମୃତଦେହ । ଡିଏନ୍ଏ ଟେଷ୍ଟକୁ ଅପେକ୍ଷା କରି ରହିଛନ୍ତି ପରିବାର ଲୋକ । ଏଥିପାଇଁ ଏମ୍ସରେ ଜମୁଛି ସମ୍ପର୍କୀୟଙ୍କ ଭିଡ ।

ଭୁବନେଶ୍ୱରରେ ସମସ୍ତ ମୃତଦେହ ରଖାଯିବା ପରେ ପ୍ରବଳ ଗହଳି ହେଉଛି । ମୃତଦେହ ଚିହ୍ନଟ ପାଇଁ ସମସ୍ତେ ଏମ୍ସକୁ ଧାଇଁ ଆସୁଛନ୍ତି । ସକାଳ ହେଉ ହେଉ ଶବାଗାର ହେଲ୍ପ ଡେକ୍ସ ସାମ୍ନାରେ ଲୋକ ଏକାଠି ହେଉଛନ୍ତି । ଫଟୋ ଦେଖୁଛନ୍ତି, ଚିହ୍ନୁଛନ୍ତି, ହେଲେ ଦାବି କଲାବେଳକୁ ଏକାବେଳେ ୫ରୁ ୬ ଦାବିଦାର ବାହାରୁଛନ୍ତି । ଯାହାଦ୍ୱାରା ମୃତଦେହ କାହାର ସ୍ପଷ୍ଟ ହୋଇପାରୁନି ।