ପୁନର୍ବାର ବିଚାର କରି ଏମଏସପି ବଢାନ୍ତୁ କେନ୍ଦ୍ର ସରକାର ! ଧାନର ଏମଏସପି ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ଦେବୀ ମିଶ୍ର । ସେପଟେ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ନେତା ନରସିଂହ ମିଶ୍ର

129

କନକ ବ୍ୟୁରୋ : କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ର । ସେ କହିଛନ୍ତି, ଓଡ଼ିଶାର କେବଳ ନୁହେଁ ସାରା ଭାରତର ଚାଷୀ ଏମଏସପି ବୃଦ୍ଧି ପାଇଁ ଦାବି କରି ଆସିଛନ୍ତି । ଯାହାକୁ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ କହି ଆସୁଛନ୍ତି କି ଖର୍ଚ୍ଚର ଦେଢ଼ ଗୁଣା ଏମଏସପିରେ ଆମେ ଦେବୁ । ହେଲେ ସେ ଯାଏଁ ବର୍ତ୍ତମାନ ପର୍ୟ୍ୟନ୍ତ ପହଞ୍ଚି ପାରି ନାହିଁ । କିନ୍ତୁ ଏବେ କିଛି ବଢିଛି । ଯାହାକି ସ୍ୱାଗତ ଯୋଗ୍ୟ ।

ସ୍ୱାମୀନାଥନ କମିଶନ ଅନୁସାରେ, ଧାନ ପାଇଁ ସାଢେ ତିନି ହଜାର ଖର୍ଚ୍ଚ ହେଉଛି । ଏମିତି କି ରାଜ୍ୟ ବିଧାନସଭାର ସର୍ବଦଳୀୟ କମିଟି ୨୯୩୦ ଟଙ୍କା ଦେବାକୁ ଦାବି କରିଥିଲା । ତେଣୁ ଆମେ ଆଶା କରୁଛୁ ଏହାର ପୁନର୍ବାର ବିଚାର କରି ବଢ଼ାଇବେ । ଅନ୍ତତଃ ୨୯୩୦ ଟଙ୍କାରେ ପହଞ୍ଚାଇବେ। ପୂର୍ବରୁ ବିଜେପି ଏନେଇ ପ୍ରତିସ୍ମୃତି ମଧ୍ୟ ଦେଇଥିଲା, ଦେଢ଼ ଗୁଣା ଉତ୍ପାଦନ ଖର୍ଚ୍ଚର ପାଇବ । ଅନ୍ତତଃ ସେ ଯାଏଁ ନହେଲେ ବି ଖର୍ଚ୍ଚର ୧୦ ପ୍ରତିଶତ ହେଲେ ଚାଷୀ ପାଉ । ନହେଲେ ଲୋକ ଚାଷ ଛାଡି ପଳାଉଛନ୍ତି ।

ସେହିପରି କଂଗ୍ରେସ ନେତା ନରସିଂହ ମିଶ୍ର ଏମଏସପି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଷନ୍ତି, ସେ କହିଛନ୍ତି କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷର ଚାଷିଙ୍କ ପ୍ରତି ବେଇମାନ କରିଛନ୍ତି କେନ୍ଦ୍ର ସରକାର । ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ସମୟରେ ମିଛର ସାହାରା ନେଇଛନ୍ତି କେନ୍ଦ୍ର ସରକାର । ଚାଷିମାନେ ପ୍ରତାରିତ ହେଉଛନ୍ତି । ଆଗାମୀ ନିର୍ବାଚନରେ ଜନତା ଏହାର ଜବାବ ଦେବେ ବୋଲି କହିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର