ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ । ୮ କିଲୋମିଟର କାନ୍ଧରେ ବୁହା ହୋଇ ହସ୍ପିଟାଲ ଗଲେ ଗୁରୁତର ରୋଗୀ

66

କନକ ବ୍ୟୁରୋ: ରାସ୍ତାନଥିବାରୁ ଆଠ କିଲୋମିଟିର ବୁହା ହୋଇ ଚିକିତ୍ସା ପାଇଁ ଡାକ୍ତରଖାନା ଗଲେ ରୋଗୀ । ଗାଁକୁ ଭଲ ରାସ୍ତା ନାହିଁ, ଗାଡି ଆସିନପାରିବାରୁ ହସ୍ପିଟାଲ ନେବାକୁ ଭାରରେ ୮କିଲୋମଟିର ବୋହି ନେଇଥିଲେ ସଂପର୍କୀୟ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଦୁର୍ଗମ ଅଞ୍ଚଳ ଦିଗୁଭଦ୍ରାପାଲିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁର ଜଣେ ଡେଙ୍ଗୁ ରୋଗୀଙ୍କୁ ଭାରରେ ୮ କିଲୋମିଟର ବୋହିନେବା ପରେ ଅଟୋ ସହାୟତାରେ ଆନ୍ଧ୍ରର ମେଡିକାଲକୁ ନେଇଛନ୍ତି ଗ୍ରାମବାସୀ ।

ସୂଚନା ଅନୁସାରେ ଦିଗୁଭଦ୍ରାପାଲିର ଗଣେଶ ତାଡିଙ୍ଗି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ଗାଁକୁ ପକ୍କା ରାସ୍ତାନଥିବାରୁ କୌଣସି ଗାଡି ଆସିପାରିନଥିଲା । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଏକ ଭାରରେ ଗଣେଶଙ୍କୁ ବୋହି ଝଜାବତୀ ନଦୀ ପାର ହୋଇ ୮ କିମି ନେବା ପରେ ପଡିଥିଲା ପକ୍କା ରାସ୍ତା । ସେଠାରୁ ଏକ ଅଟୋ ଯୋଗେ ରୋଗୀଙ୍କୁ ନେଇ ଆନ୍ଧ୍ରର ପାର୍ବତୀପୁରମ ମେଡିକାଲରେ ଭର୍ତି କରିଥିବା ସୂଚନା ମିଳିଛି ।