ଜେଲରେ ରହିବେ ଗୋ-ମାତା, ସେବା କରିବେ କଏଦୀ ! ହରିୟାଣାରେ ଜେଲରେ ହେବ ଗୋ-ଶାଳା

71

ଏଣିକି ଜେଲରେ ରହିବେ ଗୋ-ମାତା । ଏ ନେଇ ହରିୟାଣା ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଗୋ-ସେବା ଆୟୋଗର ଚେୟାରମ୍ୟାନ ମଙ୍ଗଳା ଭାନି ସୂଚନା ଦେଇ କହିଛନ୍ତି, ଖୁବଶୀଘ୍ର ହରିୟାଣାର ଜେଲରେ ଗୋ-ଶାଳା ଖୋଲାଯିବ । ଯେଉଁଠାରେ ଗାଈଙ୍କୁ ରଖାଯିବ । କଏଦୀ ମାନେ ଏହି ଗାଈଙ୍କର ସେବା କରିବେ ।

NGVNHHI-W026_GF94S3M3B.1+HY13NALGONDA-DAIRYଜେଲରେ ରହୁଥିବା କଏଦୀଙ୍କ ମନୋବୃତ୍ତିରେ ପରିବର୍ତ୍ତନ ଆଣିବା ପାଇଁ ଗୋ-ସେବାରେ ଏମାନଙ୍କୁ ନିୟୋଜିତ କରାଯିବ । ପ୍ରଥମେ କରନାଲ ଜେଲରେ ଏଭଳି ଗୋ-ଶାଳା ଖୋଲାଯିବ ବୋଲି ମଙ୍ଗଳା ଭାନି କହିଛନ୍ତି । ମାର୍ଚ୍ଚ ମାସ ସୁଦ୍ଧା ଜେଲରେ ପ୍ରଥମ ଗୋ-ଶାଳା ଖୋଲାଯାଇଥିବ ବୋଲି ସେ କହିଛନ୍ତି । ଏହାଛଡା ଚଳିତ ବର୍ଷ ଅନ୍ୟ ୬ଟି ଜିଲ୍ଲାରେ ମଧ୍ୟ ଗୋ-ଶାଳା ଖୋଲାଯିବ । ଯେଉଁ ଜେଲରେ ୭୦ରୁ ୮୦ ଏକର ଜମି ରହିଛି ସେହିଭଳି ଜେଲରେ ଗୋ-ଶାଳା ଖୋଲାଯିବ ବୋଲି ସେ କହିଛନ୍ତି ।

ତେବେ ଜେଲ ଭିତରେ ଗୋ-ଶାଳା ଖୋଲାଯିବା ନେଇ ମଙ୍ଗଳା କହିଛନ୍ତି,w ଏହାଦ୍ୱାରା ନା କେବଳ କଏଦୀଙ୍କୁ କାମ ମିଳିବ ତାହା ନୁହେଁ ବରଂ କଏଦୀଙ୍କ ପାଇଁ ବାହାରୁ ଆସୁଥିବା ଦୁଗ୍ଧ ଜାତୀୟ ଖାଦ୍ୟ ମଧ୍ୟ ଜେଲ ଭିତରେ ହିଁ ପ୍ରସ୍ତୁତ ହୋଇପାରିବ । ଏହାଦ୍ୱାରା ବାହାରେ ବୁଲୁଥିବା ଗାଈଙ୍କୁ ଉଦ୍ଧାର କରାଯାଇ ଗୋ-ଶାଳାରେ ରଖାଯିବ । କେବଳ ଏତିକି ନୁହେଁ ବାୟୋ ପ୍ଲାଣ୍ଟ ଲଗାଇ ଗାଈ ଗୋବରରୁ ଉତ୍ପନ୍ନ ହେଉଥିବା ଗ୍ୟାସ ଅନ୍ୟ କାଯ୍ୟରେ ମଧ୍ୟ ବିନିଯୋଗ କରାଯାଇପାରିବ । ଏହାଛଡା ଗୋ-ଶାଳା ପାଇଁ ଯେଉଁ ସବୁ ଅତ୍ୟାଧୁନିକ ସାମଗ୍ରୀ କିଣାଯିବ ଏଥିପାଇଁ ସରକାର ସବସିଡି ଦେବେ ବୋଲି କହିଛନ୍ତି ମଙ୍ଗଳା ।