‘ମୋଦୀଙ୍କୁ ହରାଇବାକୁ ଭ୍ରଷ୍ଟାଚାରୀ ଏକାଠି ହେଉଛନ୍ତି’: ଉଦୟପୁରରେ ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ

164

କନକ ବ୍ୟୁରୋ:ଉଦୟପୁର ରାଲିରେ ଜନସଭାକୁ ସମ୍ବାଧନ କରିବା ସମୟରେ ମୋଦୀ ସରକାରଙ୍କ ସ୍ୱଚ୍ଛ ଶାସନର ଗୁଣଗାନ କରିବା ସହ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ମୋଦୀ ସରକାର ୯ ବର୍ଷର ଶାସନ ଭିତରେ ଆଦିବାସୀ ସମ୍ପ୍ରଦାୟ ପାଇଁ ଅନେକ ବିକାଶମୂଳକ କାମ କରିଛନ୍ତି । ସେମାନଙ୍କ ଉନ୍ନତି ପାଇଁ ସବୁବେଳେ ଚେଷ୍ଟା କରିଛନ୍ତି । ଦେଶର ରାଷ୍ଟ୍ରପତି ଜଣେ ଆଦିବାସୀ ହେବା ଏହାର ପ୍ରମାଣ । ହେଲେ ସବୁ ଭ୍ରଷ୍ଟାଚାରୀ ଏକାଠି ହୋଇ ମୋଦୀଙ୍କୁ ହରାଇବାକୁ ଚେଷ୍ଟା କରୁଥିବା କହିଛନ୍ତି ଅମିତ୍ ଶାହା ।

୯ ବର୍ଷ ଭିତରେ ଦେଶ ପାଇଁ ମୋଦୀ କାମ କରିଛନ୍ତି ବୋଲି ଆଜି ବିଦେଶରେ ତାଙ୍କର ଜୟଗାନ ହେଉଛି । କିନ୍ତୁ ରାଜସ୍ଥାନରେ ଯେବେଠୁ ଗେହଲଟ୍ ସରକାର ଆସିଛି ସେବେଠୁ ରାଜସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବିପଜ୍ଜନକ ହୋଇପଡିଛିି । ଟେଲର୍ କାମ କରୁଥିବା କହ୍ନେୟାଲାଲଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ଏହାର ନିଚ୍ଛକ ଉଦାହରଣ ବୋଲି ଶାହ କହିଛନ୍ତି ।
ମୋଦୀ ଦେଶର ହିତ କରୁଥିବାବେଳେ ବିରୋଧୀ ଏହାକୁ ସହିପାରୁନାହାଁନ୍ତି । ବରଂ ତାଙ୍କୁ ହରାଇବାକୁ ସବୁ ଭ୍ରଷ୍ଟାଗାରୀ ଏକାଠି ହୋଇଛନ୍ତି ଜନସଭାରେ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି ଅମିତ ଶାହ ।