ଆଜିଠାରୁ ସାରା ଦେଶରେ ଆରମ୍ଭ ହେବ ୫ଦିନିଆ ଟିକା ମହୋତ୍ସବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶବ୍ୟାପୀ ଚାଲିବ ଟିକାକରଣକୁ ପ୍ରୋତ୍ସାହନ ଉଦ୍ୟମ

ସେପଟେ ଦେଶରେ ୮୫ ଦିନରେ ୧୦ କୋଟି ଟିକାକରଣର ରେକର୍ଡ

182

କନକ ବ୍ୟୁରୋ : ଆଜିଠାରୁ ସାରା ଦେଶରେ ଆରମ୍ଭ ହେବ ୫ଦିନିଆ ଟିକା ମହୋତ୍ସବ । ଆଜିଠାରୁ ଏହା ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ଯାଏଁ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶବ୍ୟାପୀ ଚାଲିବ ଟିକାକରଣକୁ ପ୍ରୋତ୍ସାହନ ଉଦ୍ୟମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ଟିକା ଉତ୍ସବ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନକ୍ରମେ ଉତ୍ତରପ୍ରଦେଶ ଓ ବିହାରରେ ବ୍ୟାପକ ଆୟୋଜନ କରାଯାଇଛି । ଟିକା ନେବା ପାଇଁ ଲୋକଙ୍କୁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେହିପରି କୋଡିଡ୍ କଟକଣା ଭିତରେ ଉତରପ୍ରଦେଶର ୬ ହଜାର ଟିକାଦାନ କେନ୍ଦ୍ରରେ ଟିକାକରଣ ଉତ୍ସବ ପାଳନ କରାଯିବ । ସେହିପରି ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ୪ ଲକ୍ଷ ଲୋକଙ୍କ କରୋନା ଟିକା ଦିଆଯିବ ।

ସେହିପରି ଦେଶର ସବୁ ରାଜ୍ୟରେ ଏହି ଟିକା ଉତ୍ସବ ପାଳନ ହେବାର କାର୍ଯ୍ୟକ୍ରମ ରହିଛି । ଟିକାକରଣର ଏଭଳି ଏକ ଉଦ୍ୟମ ଭିତରେ ଭାରତରେ ଗତ ୮୫ ଦିନରେ ପ୍ରାୟ ୧୦ କୋଟି ଟିକାକରଣ ହୋଇଛି । ମହାମାରୀକୁ ପ୍ରତିହତ କରିବା ପାଇଁ ଦିଆଯାଉଛି କୋଭିସିଲ୍ଡ ଓ କୋଭାକ୍ସିନ ଟିକା ।  ଜାନୁୟାରୀ ୧୬ରେ ଭାରତରେ ଆରମ୍ଭ ହୋଇଥିଲା ଟିକାକରଣ ।