କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଏବେ ଅମୁଲ ଓ ନନ୍ଦିନୀକୁ ନେଇ ବିବାଦ । କଂଗ୍ରେସ କହିଲା, ଆମର ଦରକାର ନାହିଁ ଗୁଜରାଟ ମଡେଲ

957

କନକ ବ୍ୟୁରୋ : ତାମିଲନାଡୁରେ ଦହିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ କର୍ଣ୍ଣାଟକ ରାଜନୀତିରେ କ୍ଷୀରକୁ ନେଇ ବିବାଦ ଦେଖିବାକୁ ମିଳିଛି । ଗୁଜରାଟର କ୍ଷୀର ଉତ୍ପାଦନ କମ୍ପାନୀ ଅମୁଲ ତାମିଲନାଡୁରେ ପ୍ରବେଶ ନେଇ କଂଗ୍ରେସ ଏବେ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସ କହିଛି କି, ବିଜେପି ଜାଣିଶୁଣି ଅମୁଲକୁ ତାମିଲନାଡୁରେ ପ୍ରବେଶ କରିବାକୁ ଦେଇଛି । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଡି.କେ ଶିବକୁମାର କହିଛନ୍ତି କି ଅମୁଲ କମ୍ପାନୀର ଗୁଜରାଟ ପ୍ରବେଶ ନେଇ କେବଳ କଂଗ୍ରେସ ନୁହେଁ ସମସ୍ତ ଅଣବିଜେପି ଦଳମାନେ ବିରୋଧ କରୁଛନ୍ତି ।

ସୂଚନା ଥାଉକି କର୍ଣ୍ଣାଟକରେ କ୍ଷୀର ଉତ୍ପାଦନ କମ୍ପାନୀ ନନ୍ଦିନୀର ବେଶ୍ ଲୋକପ୍ରିୟତା ରହିଛି । ହେଲେ ଏବେ ଅମୁଲ କମ୍ପାନୀକୁ କର୍ଣ୍ଣାଟକରେ ବ୍ୟବସାୟ କରିବାକୁ ବିଜେପି ସରକାର ଅନୁମତି ଦେବା ପରେ ଏହାକୁ ନେଇ କଂଗ୍ରେସ ବିଜେପିକୁ ଘେରିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ନନ୍ଦିନୀ ବ୍ରାଣ୍ଡକୁ ବନ୍ଦ କରି ଅମୁଲକୁ ପ୍ରୋତ୍ସାହନ ଦେବାକୁ ଷଡଯନ୍ତ୍ର କରୁଛନ୍ତି । ନନ୍ଦିନୀ କ୍ଷୀର ବ୍ରାଣ୍ଡ ମାଧ୍ୟମରେ କର୍ଣ୍ଣାଟକର ହଜାର ହଜାର ଗାଈ ଚାଷୀ ସେମାନଙ୍କର ଜୀବିକା ନିର୍ବାହ କରିଥାନ୍ତି । ହେଲେ ଗୁଜରାଟ କମ୍ପାନୀ ଅମୁଲ ଯଦି କର୍ଣ୍ଣାଟକରେ ବ୍ୟବସାୟ ଆରମ୍ଭ କରେ ତେବେ ରାଜ୍ୟର ଦୁଗ୍ଧଚାଷୀମାନେ ଜୀବିକା ହରାଇବେ ବୋଲି ସିଦ୍ଧରମୈୟା ଅଭିଯୋଗ କରିଛନ୍ତି । ସେପଟେ ରାଜ୍ୟର ଲୋକଙ୍କୁ ଅମୁଲ ଉତ୍ପାଦ ବହିସ୍କାର କରିବାକୁ ସିଦ୍ଧରମୈୟା ଅନୁରୋଧ କରିଛନ୍ତି ।