ଠିକାଦାରଙ୍କୁ ଗୁଳିକରି ହତ୍ୟା : ଘରକୁ ଫେରୁଥିବା ବେଳେ ବାଇକରେ ଆସି ଦୁର୍ବୁତ୍ତଙ୍କ ଆକ୍ରମଣ; ହସ୍ପିଟାଲରେ ଡାକ୍ତରଙ୍କ ମୃତ ଘୋଷଣା

1,090

କନକ ବ୍ୟୁରୋ : ଜାତୀୟ ରାଜପଥ ୧୬ରେ ଫୁଟିଲା ଗୁଳି । ଗୁଳି ମାଡରେ ଠିକାଦାରଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି, ଟାଙ୍ଗୀ ଥାନା ଅନ୍ତର୍ଗତ ମୋହନପୁର ଗାଁର ୫୦ ବର୍ଷୀୟ ରମେଶ ରାଉତ । ରମେଶଙ୍କର ବେଙ୍ଗାଲୁରୁରେ ଠିକା ସଂସ୍ଥା ରହିଛି । ରମେଶ ଗତକାଲି ରାତି ସାଢେ ୧୦ଟା ବେଳେ ତାଙ୍କର ୨ ସାଙ୍ଗଙ୍କ ସହ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଜାତୀୟ ରାଜପଥ-୧୬ ଚଣ୍ଡେଶ୍ୱର ନିକଟରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଗୁଳିମାଡ କରିଥିଲେ । ରମେଶଙ୍କ ପେଟରେ ଏକ ଗୁଳି ବାଜିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଟାଙ୍ଗୀ ମେଡିକାଲ ନିଆଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ଗୁଳିମାଡ ହୋଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।