ମନ୍ତ୍ରୀ ସମୀର ଦାସଙ୍କ ବାସଭବନକୁ ଅଣ୍ଡା ମାଡ଼ : କଂଗ୍ରେସ କର୍ମୀଙ୍କ ଉପରେ ୩୦୭ ଦଫା; ଦଫା ନହଟାଇଲେ ତୀବ୍ର ଆନ୍ଦୋଳନ ଚେତାବନୀ

253

କନକ ବ୍ୟୁରୋ : ନବୀନ ନିବାସ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ଘେରାଉ କରିବା ଛାତ୍ର କଂଗ୍ରେସକୁ ପଡ଼ିଲା ମହଙ୍ଗା । ଆନ୍ଦୋଳନକାରୀ ଛାତ୍ର କଂଗ୍ରେସ ନେତାଙ୍କ ବିରୋଧରେ ପୋଲିସ ଲଗାଇଲା ଦଫା ୩୦୭ । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରୁଛି କଂଗ୍ରେସ । କିନ୍ତୁ ଦାବି ମୁତାବକ ଏଯାବତ ପୋଲିସ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ ।

ଏହାକୁ ବିରୋଧ କରି ଛାତ୍ର କଂଗ୍ରେସ ନିକଟରେ ନବୀନ ନିବାସ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ଘେରାଉ କରିଥିଲା । ମିଥ୍ୟା କେସ୍ ଲଗାଇ ପୋଲିସ ଛାତ୍ର କଂଗ୍ରେସର ସ୍ୱର ଚପାଇବାକୁ ଚେଷ୍ଟା କରୁଥିବା ପ୍ରେସମିଟ୍ କହିଛନ୍ତି ଛାତ୍ର କଂଗ୍ରେସ ସଭାପତି । ଛାତ୍ର କଂଗ୍ରେସ ବିରୋଧରେ ମିଥ୍ୟା ଦଫା ନହଟିଲେ ଫାଇଭ-ଟି ସଚିବଙ୍କ ଘର ଆଗରେ ଆମରଣ ଅନଶନ କରିବା ନେଇ କହିଛି ଛାତ୍ର କଂଗ୍ରେସ ।