କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା କମଳନାଥଙ୍କ ବାସଭବନରେ ପହଂଚିଥିଲେ ଜଣେ ପରେ ଜଣେ ଓଡିଶା କଂଗ୍ରେସ ନେତା । ପୂର୍ବତନ ପିସିସି ଅଧ୍ୟକ୍ଷ ନିରଂଜନ ପଟ୍ଟନାୟକ, ପ୍ରଦୀପ ମାଝୀ, ନବ ଦାସ ଓ ଚିରଂଜୀବୀ ବିଶ୍ୱାଳ । ଚାଲିଲା ରୁଦ୍ଧଦ୍ୱାର ବୈଠକ । ପ୍ରସଙ୍ଗ ରାଜ୍ୟ କଂଗ୍ରେସର ସାଂଗଠନିକ ସ୍ଥିତି । ଆଉ ଏମାନଙ୍କସହ ଉପସ୍ଥିତ ଥିଲେ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ । ଯିଏ କିଛି ମାସ ଆଗରୁ ରାଜ୍ୟ କଂଗ୍ରେସର ସ୍ଥିତି ନେଇ ରାହୁଲଙ୍କୁ ଦେଇଥିଲେ ରିପୋର୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
କୁହାଯାଉଛି ଦୀର୍ଘ ଦିନ ହେବ ପିସିସି ମୁଖିଆ ପଦ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଖୁବଶୀଘ୍ର ଅନ୍ତ ଘଟିବ । ଆଗକୁ ନିର୍ବାଚନ ଋତୁ ଆସୁଥିବାରୁ କିଏ ରାଜ୍ୟ କଂଗ୍ରେସର ମଙ୍ଗ ଧରିବ ସେ ନେଇ ରାହୁଲ ତୁରନ୍ତ କିଛି ନିଷ୍ପତ୍ତି ନେବେ । କାରଣ ଗତ କିଛି ମାସ ଧରି ପିସିସି ସଭାପତି ପଦକୁ ନେଇ ବିବାଦ ଚରମ ସୀମାରେ ପହଂଚିଛି । ରାଜ୍ୟ ରାଜଧାନୀରୁ ଆରମ୍ଭ କରି ଦିଲ୍ଲୀ ଦରବାରରେ ବିଭିନ୍ନ ସମୟରେ ନେତୃତ୍ୱ କନ୍ଦଳକୁ ନେଇ ଚର୍ଚ୍ଚା ହୋଇଛି । ସୂଚନା ଅନୁସାରେ ରାଜ୍ୟ କଂଗ୍ରେସର ନେତା ନିରଂଜନଙ୍କୁ ନେତୃତ୍ୱ ଦେବାକୁ ମତ ରଖିଛନ୍ତି ।
ଦିଲ୍ଲୀ ଗସ୍ତରେ ଥିବା ନେତାଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଦିନେ ଦୁଇ ଦିନ ଭିତରେ ରାଜ୍ୟ କଂଗ୍ରେସ ସଂଗଠନରେ ହେବ ବଡ ପରିବର୍ତନ । ତେଣୁ ଏବେ ଅପେକ୍ଷା କାହା ମୁଣ୍ଡରେ ଶିରପା ବାନ୍ଧୁଛନ୍ତି ରାହୁଲ ।