ପଞ୍ଜାବ ନିର୍ବାଚନ ପୂର୍ବରୁ ଜାରି ରହିଛି ଶକ୍ତିପ୍ରଦର୍ଶନ: ପୂର୍ବ ଅମ୍ରିତସରରୁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ

114

କନକ ବ୍ୟୁରୋ: ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଜୋର ସୋର ପ୍ରସ୍ତୁତି ଚଳାଇଛନ୍ତି । ଆମ ଆଦମି ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ଭଗୱନ୍ତ ମାନ ଧୁରି ବିଧାନସଭା ଆସନରୁ ନମିନେସନ ଭରିଛନ୍ତି । ସେହିପରି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ପୁର୍ବ ଅମ୍ରିତସର ରୁ ନମିନେସନ ଭରିଛନ୍ତି । ଗୋଆର ପୁର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଙ୍କ ପୁଅ ପାଣାଜୀରୁ ସ୍ୱାଧୀନ ପ୍ରାର୍ଥୀ ଭବାରେ ନାମାଙ୍କନ ଦାଖଲ କରିଛନ୍ତି ।

ସେପଟେ କଂଗ୍ରେସରେ ଯୋଗ ଦେଇଥିବା ବଲିଓଡ ଅଭିନେତା ସୋନୁ ତାଙ୍କ ଭଉଣୀ ମାଳବିକା ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପଞ୍ଜାବରେ ନିର୍ବାଚନୀ ତାରିଖ ପାଖେଇ ଆସୁଛି । ଯାହାକୁ ନେଇ ପ୍ରଚାର ପ୍ରସାର ମଧ୍ୟ ଜୋର ସୋରରେ ଚାଲିଛି । ଗୋଆ ବିଜୟ କରିବା ପାଇଁ ସମସ୍ତ ଦଳ ଅପ୍ରାଣ ଉଦ୍ୟମ କରୁଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ଏକାଠି ଲଢେଇ କରିଥିବା କୃଷକ ମାନେ ପାଟି, ସମୁଦାୟ, ଓ ଜାତି ନାରେ ଅଲଗା ଅଲଗା ହୋଇଯାଇଛନ୍ତି । ସାରା ଦେଶରେ ଏକତାର ଉଦାହରଣ ପାଲିଟିଥିବା ପଞ୍ଜାବି କୃଷକ ଏବେ ନିଜ ଜାତି ଓ ସମ୍ପ୍ରଦାୟ ଆଧାରର ଭୋଟ ଦେବାକୁ ଯାଉଛନ୍ତି ।