ଖୋଲୁଛି କନିକା ରାଜପରିବାର ହତ୍ୟାକାଣ୍ଡର ଗୁମର । ୪ କୋଟିର ସମ୍ପତି ବିକ୍ରିକୁ ନେଇ ମାଆ-ପୁଅ ମଧ୍ୟରେ ହୋଇଥିଲା ବିବାଦ ।

301

କନକ ବ୍ୟୁରୋ : କନିକା ରାଜପରିବାରରେ ରକ୍ତପାତର ଗୁମର ଖୋଲିବାରେ ଲାଗିଛି । ୪କୋଟିର ସମ୍ପତି ବିକ୍ରିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ରାଜା ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ରାଜକନିକାରେ ଥିବା ସମ୍ପତିରୁ ମିଳିଥିବା ୪ କୋଟିର ସମ୍ପତିକୁ ନାତୁଣୀ ବୋହୁ ପରେଶକୁମାରୀ ଦେବୀ ବିକ୍ରି କରିଦେବାକୁ ଚାହୁଁଥିଲେ । କିନ୍ତୁ ଏହାକୁ ବିରୋଧ କରିଥିଲେ ପୁଅ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓ । ଏହାକୁ ନେଇ ମାଆ-ପୁଅଙ୍କ ସମ୍ପର୍କରେ ଆସିଥିବା ତିକ୍ତତାର ଅନ୍ତ ହୋଇଥିଲା ରକ୍ତପାତରେ ।

ଖୋଲୁଛି ରାଜା ଘରର ଗୁମର । ସମ୍ପତି ବିକ୍ରି ବିବାଦରୁ ଗଡିଲା ମୁଣ୍ଡ ! କଟକ ତୁଳସୀପୁର ଶ୍ରୀବିହାର କଲୋନିରେ ରହୁଥିବା କନିକା ରାଜପରିବାରର ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଉପରୁ ଧିରେ ଧିରେ ପରଦା ହଟୁଛି । ତେବେ ସମ୍ପତି ଭାଗବଣ୍ଟାକୁ ନେଇ କୁହୁଳିଥିବା ଅସନ୍ତୋଷରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ରାଜା ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ରାଜକନିକାରେ ଥିବା ସମ୍ପତ୍ତିରୁ ମିଳିଥିବା ୪ କୋଟିର ସମ୍ପତିକୁ ନାତୁଣୀ ବୋହୁ ପରେଶକୁମାରୀ ଦେବୀ ବିକ୍ରି କରିଦେବାକୁ ଚାହୁଁଥିଲେ । ଏହାକୁ ବିରୋଧ କରିଥିଲେ ଏକମାତ୍ର ପୁଅ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓ । ଏହାକୁ ନେଇ ମାଆ-ପୁଅଙ୍କ ସମ୍ପର୍କରେ ଆସିଥିବା ତିକ୍ତତାର ଅନ୍ତ ହୋଇଥିଲା ରକ୍ତପାତରେ ।

କନିକା ରାଜ ପରିବାରର ନାତୁଣୀ ବୋହୂ ପରେଶକୁମାରୀ ଦେବୀଙ୍କୁ କାହିଁକି ହତ୍ୟା କଲା ପୁଅ ଶୁଭେନ୍ଦ୍ର ନାରାୟଣ ଭଞ୍ଜ ଦେଓ ? ଏହାର ଉତର ଏବେ ବି ମିଳିନାହିଁ । ଭିନ୍ନ ଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି । କିନ୍ତୁ ସମ୍ପତି ଭାଗବଣ୍ଟାକୁ ନେଇ ମାଆ-ପୁଅ ମଧ୍ୟରେ ଉପୁଜିଥିବା ବିବାଦ ହିଁ ହତ୍ୟାକାଣ୍ଡ ପଛର ବଡ କାରଣ ବୋଲି କୁହାଯାଉଛି ।

କନିକା ରାଜପରିବାରର ହତ୍ୟାକାଣ୍ଡ ପଛରେ ଏକାଧିକ କାରଣ ଥିବା ଚର୍ଚ୍ଚା ହେଉଛି । ସୌମେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଦେହାନ୍ତ ପରେ ରାଜକନିକାରୁ ଭାଗ ପାଇଥିବା ସବୁ ସମ୍ପତିର ମାଲିକ ହୋଇଥିଲେ ପରେଶ କୁମାରୀ ଦେବୀ । ଏହାକୁ ସେ ବିକ୍ରି କରିବାକୁ ଚାହୁଁଥିଲେ । ପାଖପାଖି ୪ କୋଟି ମୂଲ୍ୟର ସଂପତି ବିକ୍ରି ପାଇଁ ଅଗ୍ରୀମ ଆଣିଥିଲେ ପରେଶ କୁମାରୀ । ପୁଅ ଓ ଝିଅଙ୍କୁ ସମ୍ପତ୍ତିରୁ ଭାଗ ଦେବାକୁ ଚାହୁଁନଥିଲେ ପରେଶକୁମାରୀ । ଏହାକୁ ବିରୋଧ କରିଥିଲେ ଏକମାତ୍ର ପୁଅ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓ । ଝିଅ ମଧ୍ୟ ବାପାଙ୍କ ସଂପତିରୁ ଭାଗ ପାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭଉଣୀକୁ ସଂପତିରୁ ଭାଗ ଦେବାକୁ ବିରୋଧ କରୁଥିଲେ ଶୁଭେନ୍ଦ୍ର । ପରିବାରର ସବୁ ଆର୍ଥିକ କାରବାରକୁ ପରେଶ କୁମାରୀ ନିୟନ୍ତ୍ରଣରେ ରଖିଥିଲେ । ଭବିଷ୍ୟତରେ ସଂପତ୍ତିର ଉତ୍ତରାଧିକାରୀ କିଏ ହେବ ସେହି ଦୁଶ୍ଚିନ୍ତାରେ ରହୁଥିଲେ ଶୁଭେନ୍ଦ୍ର । ୩ଟି ବିବାହ ବିଚ୍ଛେଦ ପାଇଁ ସବୁ ବେଳେ ସେ ମାଆ ପରେଶ କୁମାରୀଙ୍କୁ ଦାୟୀ କରୁଥିଲେ ।

ସମ୍ପତି ବିକ୍ରି ପାଇଁ କନିକା ରାଜାଙ୍କ ନାତୁଣୀ ବୋହୂ ଅଗ୍ରୀମ ଆଣିଥିବାରୁ ଦସ୍ତଖତ ପାଇଁ ପୁଅ ଉପରେ ଚାପ ପକାଉଥିଲେ । ପ୍ରଥମରୁ ସଂପତି ବିକ୍ରି ବିରୋଧ କରୁଥିବା ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କୁ ଏହା ବିଚଳିତ କରୁଥିଲା । ଏହାଛଡା ଆର୍ଥିକ କାରବାର ମାଆ ନିୟନ୍ତ୍ରଣରେ ଥିବାରୁ ତାଙ୍କ ୩ଟି ବିବାହ ବିଚ୍ଛେଦ ହୋଇଥିବା ଧାରଣା ତାଙ୍କ ମନରେ ଜାତ ହୋଇଥିଲା । ସେହି ରାଗରେ ହିତାହିତଜ୍ଞାନ ଭୁଲିଯାଇ ମାଆ ପରେଶ କୁମାରୀ ଦେବୀଙ୍କୁ ପିଟି ପିଟି ମାରିଦେଇଥିବା ପୁଲିସ ତଦନ୍ତରୁ ଜଣାପଡିଛି ।