ଦରଦାମ୍ ବୃଦ୍ଧି ପ୍ରସଙ୍ଗ : ରାଜଭବନ ଆଗରେ କଂଗ୍ରେସର ଜୋରଦାର ପ୍ରତିବାଦ; ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ଅଭିଯୋଗ

102

କନକ ବ୍ୟୁରୋ : ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ରାଜଭବନ ଆଗରେ କଂଗ୍ରେସର ଜୋରଦାର ପ୍ରତିବାଦ । ଆନ୍ଦୋଳନ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ । ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି ।

ଆଦାନୀ ପ୍ରସଙ୍ଗ ଓ ଗ୍ୟାସ ଦର ବୃଦ୍ଧି ଏବଂ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ ରାଜଭବନ ଘେରାଉ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ । ଗ୍ୟାସ ଟାଙ୍କିରେ ଗୋବର ଘଷି କଂଗ୍ରେସ ପ୍ରତିବାଦ କରିଛି  । ଏଥିରେ ପିସିସି ସଭାପତି ଓ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇ ଦରବୃଦ୍ଧି ବିରୋଧରେ ପ୍ରତିବାଦ କରିଛନ୍ତି ।